Categories: ଜାତୀୟ

ପୋଲିସ ଗୁଳିରେ ଟଳିଲେ ୫ ମାଓବାଦୀ

ହାଇଦ୍ରାବାଦ,୨୨।୯: ଆନ୍ଧ୍ରପ୍ରଦେଶ ମାଦିଗିମୁଡୁ ଜଙ୍ଗଲରେ ରବିବାର ଗ୍ରେହାଉଣ୍ଡସ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ମୃତକମାନେ ହାର୍ଡକୋର ମାଓବାଦୀ ବୋଲି ଜଣାପଡିଛି। ରବିବାର ମାଓବାଦୀଙ୍କ ଏକ ବୈଠକ ଚାଲୁଥିବା ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ଚଢାଉ କରିଥିଲା। ଘଟଣାସ୍ଥଳରୁ ପୋଲିସ ବିପୁଳ ପରିମାଣରେ ବିସ୍ଫୋରକ, ୫ଟି ବନ୍ଧୁକ, ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀକୁ ଜବତ କରାଯାଇଛି। ମୃତକମାନେ ଆନ୍ଧ୍ର ଓ ବର୍ଡର ଜୋନାଲ କମିଟିର ସଦସ୍ୟ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Share