ପାରାଦୀପ,୧।୧୨(ସ୍ବ.ପ୍ର.): ଜଗତସିଂହପୁର ଜିଲା ଏରସମା ମାହାଳରେ ସୀମା ନିର୍ଦ୍ଧାରଣ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମାହାଳକୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ମାପଚୁପ ଚାଲିଥିବା ବେଳେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ ସହ ଗ୍ରାମବାସୀଙ୍କର ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି। ଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଉଥିବା ବେଳେ ଏହାକୁ ଢିଙ୍କିଆ ଓ ମାହାଳ ଗାଁର ଲୋକେ ବିରୋଧ କରିଥିଲେ । ଢିଙ୍କିଆ ଗାଁକୁ ଖଣ୍ଡ ଖଣ୍ଡ କରି ସରକାର ବିଭାଜନ ନୀତି ଆପଣାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିଯୋଗୁ ଗାଁ ଗାଁ ମଧ୍ୟରେ ସମ୍ପର୍କ ଓ ଭାଇଚାରା ନଷ୍ଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାସହ ଜେଏସ୍ଡବ୍ଲ୍ୟୁର ପ୍ରସ୍ତାବିତ କାରଖାନାକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ସ୍ଥିତିକୁ ଦେଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।