ପୋଲିସ, ଜନସାଧାରଣ ମଧ୍ୟରେ ବଢୁଛି ଦୂରତା: ଗାଁ ଗାଁରେ ହେଉଛି କଙ୍ଗାରୁ କୋର୍ଟ

ନୂଆଗାଁ,୧୧ା୭ (ଡି.ଏନ.ଏ.): ନୟାଗଡ଼ ଜିଲାର ବିଭିନ୍ନ ଗ୍ରାମରେ କଙ୍ଗାରୁ କୋର୍ଟ ଭଳି ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଏହା ଦ୍ୱାରା ସାଧାରଣ ନିରୀହ ଲୋକେ ହଇରାଣ ହେଉଥିବାବେଳେ ପ୍ରକୃତ ଦୋଷୀ ଖସିଯିବାରେ ସକ୍ଷମ ହେଉଛି। ଅନ୍ୟପକ୍ଷେ ପୋଲିସ ଲୋକଙ୍କ ନିକଟତର ହେବାକୁ ଆମ ପୋଲିସ କାର୍ଯ୍ୟକ୍ରମ ଜରିଆରେ ସଚେତନତା ସୃଷ୍ଟି କରୁଛି। ହେଲେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡୁ ନ ଥିବା ଦେଖାଯାଉଛି। ଫଳସ୍ବରୂପ କୌଣସିଠାରେ ଅପରାଧମୂଳକ ଘଟଣା ଘଟିଲେ ଲୋକେ ଥାନାକୁ ଯିବା ବଦଳରେ ଗାଁରେ ବୈଠକ (କଙ୍ଗାରୁ କୋର୍ଟ) କରି ନିଷ୍ପତ୍ତି ନେଉଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କାହାକୁ ଅଟକ ରଖାଯାଉଛି ତ କାହାକୁ ନିଆଁ ପାଣି ବାସନ୍ଦ ସହ ଦୋକାନ ବଜାର ମନା କରାଯାଉଛି। ଏ ବିଷୟରେ କୌଣସି ଅଧିକାରୀଙ୍କୁ ଜଣାଇଲେ କିମ୍ବା ଥାନାରେ ଅଭିଯୋଗ କଲେ ଗ୍ରାମବାସୀ ଅଧିକ ହଇରାଣ କରିବେ ଭାବି ସମ୍ପୃକ୍ତ ବ୍ୟକ୍ତି ନୀରବ ରହିବାକୁ ଶ୍ରେୟସ୍କର ମଣୁଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ନୂଆଗାଁ ବ୍ଲକ ଦୁର୍ଦ୍ଦୁରା ପଞ୍ଚାୟତ ଝରଣା ଗ୍ରାମରେ ଏକ ପରିବାରକୁ ହଇରାଣ କରାଯାଇଥିବା ବେଳେ ସିଙ୍ଗାରପଲ୍ଲୀ ପଞ୍ଚାୟତ ଓଡକପା ଗ୍ରାମର ଯୁଧିଷ୍ଠିର ନାୟକ ଦୁଇବର୍ଷ ହେଲା ଗ୍ରାମରୁ ବାସନ୍ଦ ହୋଇଛନ୍ତି। ସେହିପରି କୋରଡା ପଞ୍ଚାୟତ ମହିତମା ଗ୍ରାମର ସନ୍ତୋଷ ସାହୁ ଓ ଜାକେଡା ପଞ୍ଚାୟତର କରଡାପଲ୍ଲୀ ଓ କେନ୍ଦୁବଣିଆ ଗ୍ରାମରେ ଦୁଇଟି ପରିବାର କଙ୍ଗାରୁ କୋର୍ଟ ଜରିଆରେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏ ସମ୍ପର୍କରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ମତକୁ ନେଇ ଉପସ୍ଥାପନା।
କ’ଣ କୁହନ୍ତି ଏମାନେ…
କୌଣସି ଗାଁରେ କଙ୍ଗାରୁ କୋର୍ଟ କରି ଲୋକଙ୍କୁ ହଇରାଣ ନ କରିବା ନେଇ ଆମେ ଗ୍ରାମ ସଭାଗୁଡିକରେ ଆଲୋଚନା କରୁଛ। ଭୁଲକୁ ସୁଧାରିବା ପାଇଁ କଙ୍ଗାରୁ କୋର୍ଟ ନ କରି ଗ୍ରାମ, ପଞ୍ଚାୟତ କିମ୍ବା ପୋଲିସ ସହାୟତାରେ ଆଲୋଚନା କରି ସମାଧାନ କରିବା ଆବଶ୍ୟକ।
ପର୍ଶୁରାମ ସ୍ବାଇଁ, ମାଳିସାହି ସରପଞ୍ଚ।
ଗାଁ ଗାଁରେ କଙ୍ଗାରୁ କୋର୍ଟ ମାଧ୍ୟମରେ କାହାକୁ ଗାଁରୁ ବାସନ୍ଦ ଓ ହଇରାଣ କରିବା ଠିକ୍‌ ନୁହେଁ। କଙ୍ଗାରୁ କୋର୍ଟ ନ କରିବା ପାଇଁ ଆମେ ଆମ ପୋଲିସ କାର୍ଯ୍ୟକ୍ରମରେ ସଚେତନ କରିଆସୁଛୁ । ତଥାପି ଲୋକମାନେ ସଚେତନ ନ ହୋଇ ଆଇନକୁ ହାତକୁ ନେଉଛନ୍ତି। ଲୋକମାନଙ୍କ ମଧ୍ୟରେ ଆପୋସ ସମାଧାନ ହୋଇପାରିଲେ ଏହା କମିଯିବ।
ମନୋରମା ମଲ୍ଲିକ, ଆଇଆଇସି, ନୂଆଗାଁ ଥାନା
ଆମ ପୋଲିସ କାର୍ଯ୍ୟକ୍ରମ କେବଳ ଥାନା ପରିସରରେ ନ ହୋଇ ଗାଁ ଗାଁରେ ହେଲେ ଲୋକ ସଚେତନ ହୁଅନ୍ତେ ଓ କଙ୍ଗାରୁ କୋର୍ଟ ହୁଅନ୍ତା ନାହିଁ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଲେ ଏହା ବନ୍ଦ ହୋଇପାରିବ।
ପତିତପାବନ ସାହୁ, ଶିକ୍ଷାବିତ୍‌, ନୂଆଗାଁ
ଆମ ପୋଲିସ କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ କରି କଙ୍ଗାରୁ କୋର୍ଟ ନ କରିବା ପାଇଁ ଜନସଚେତନତା କରିବାକୁ ପ୍ରୋସିଡିଂରେ ସ୍ଥାନିତ ହୋଇଥିଲେ ମଧ୍ୟ ତାହା କରାଯାଉ ନାହିଁ । ଏପରି କି ୩/୪ ମାସ ହେଲା ଆମ ପୋଲିସ କାର୍ଯ୍ୟକ୍ରମ ବନ୍ଦ କରି ଦିଆଯାଇଛି। ଯେଉଁଥି ପାଇଁ କଙ୍ଗାରୁ କୋର୍ଟ ବୃଦ୍ଧି ପାଉଛି।
ଦେବରାଜ ଖଣ୍ଡୁଆଳ, ବୁଦ୍ଧିଜୀବୀ, ନୂଆଗାଁ


Enter your email to get our daily news in your inbox.

All Right Reserved By Dharitri.Com

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

Pahalgam Terror Attack: LoCରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଗୁ ସମଗ୍ର ଦେଶରେ କ୍ରୋଧର ପରିବେଶ ରହିଛି। ଏହି ଘଟଣା ପରଠାରୁ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ଉପରେ ଗୁଳି...

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା...

ସିନ୍ଧୁ ନଦୀରେ ବହିବ ଆମ ପାଣି, ନଚେତ୍‌ ଭାରତୀୟଙ୍କ ରକ୍ତ: ଭାରତକୁ ଧମକ ଦେଲେ ବିଲୱାଲ ଭୁଟ୍ଟୋ

ଇସଲାମାବାଦ୍‌,୨୬।୪:ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ବର୍ବର ଆକ୍ରମଣରେ ୨୭ ଜଣ ନିରୀହ ନାଗରିକଙ୍କ ପ୍ରାଣହାନି ପରେ ଭାରତ ଏବଂ...

‘ପ୍ରାଣୀଙ୍କ ସ୍ବାସ୍ଥ୍ୟ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ’

୨୦୦୧ ମସିହାଠାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏପ୍ରିଲ ମାସ ଶେଷ ଶନିବାର (୨୬ତାରିଖ)ପାଳିତ ହେଉଛି ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ’। ଏହି ଦିବସ ପାଳନର...

ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ ଇଭେଣ୍ଟ: ଚମକ ଦେଖାଇବେ ଗଜପତିର କାର୍ତ୍ତିକ

ପାରଳାଖେମୁଣ୍ଡି,୨୬ା୪(ଗିରିଧାରୀ ପରିଛା):ନୂଆଦିଲ୍ଲୀରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଯୁବ ସ୍କେଟର୍‌ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଗଜପତି ଡିଷ୍ଟ୍ରିକ୍ଟ ରୋଲର ସ୍କେଟିଂ ଏକାଡେମୀରେ ସ୍କେଟିଂ ପ୍ରଶିକ୍ଷଣ ନେଉଥିବା ସିଧାମଡଙ୍ଗ...

କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବେଳେ ଉତ୍ତେଜନା: ସରକାରୀ ଜମି ଛାଡ଼ିବାକୁ ଗ୍ରାମବାସୀଙ୍କୁ ୪ ଦିନ ସମୟ

ଦେବଗଡ଼,୨୫ା୪(ଶଶାଙ୍କ ଶେଖର ଝାଙ୍କର): ସରକାରୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ବାରକୋଟ ବ୍ଲକ ବିଜୟନଗର ପଞ୍ଚାୟତର ଅଁଳାପୋଶି (ଘୁରୁଡୁଖମଣ ରାଜସ୍ବ ଗ୍ରାମ ଅଧିନସ୍ଥ ପଡ଼ା ଗ୍ରାମ)ରେ ସରକାରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image