Categories: ଜାତୀୟ

ପୋଲିସ ଜିନ୍ଦାବାଦ୍‌ ନାରାରେ କମ୍ପୁଛି ଏନ୍‌କାଉଣ୍ଟର ସ୍ଥାନ

ହାଇଦ୍ରାବାଦ୍‌,୬।୧୨:ହାଇଦ୍ରାବାଦ୍‌ ଗଣବଳାତ୍କାର ମାମଲାରେ ପୋଲିସ ଏନକାଉଣ୍ଟରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦେଶରେ ଆଶ୍ୱସ୍ତି ଖେଳିଯାଇଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ମାରିଥିଲେ ସେହିଠାରେ ହିଁ ୪ ଜଣଙ୍କୁ ଏନକାଉଣ୍ଟର କରାଯାଇଛି। ଜାତୀୟ ରାଜପଥ-୪୪ର ଚେତନାପାଲୀ ଓଭରବ୍ରିଜ ନିକଟରେ ଏହି ଏନକାଉଣ୍ଟର ଘଟିଛି। ଏହି ଓଭରବ୍ରିଜ ତଳେ ସେମାନେ ଡାକ୍ତରାଣୀଙ୍କୁ ଗଣବଳାତ୍କାର ପରେ ପୋଡି ମାରିଥିଲେ। ତେବେ ଶୁକ୍ରବାର ସକାଳୁ ଏନକାଉଣ୍ଟର ଖବର ଆସିବା ପରେ ସେହି ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ ଜମିଛି। ପୋଲିସ ଜିନ୍ଦାବାଦ୍‌ ନାରାରେ କମ୍ପୁଛି ଉକ୍ତ ସ୍ଥାନ। ମୋ ଝିଅକୁ ନ୍ୟାୟ ମିଳିଲା ବୋଲି କହିଛନ୍ତି ମୃତ ଡାକ୍ତରାଣୀଙ୍କ ପିତା। ସୂଚନାଯୋଗ୍ୟ, ହାଇଦ୍ରାବାଦ ମହିଳା ଡାକ୍ତର ଗଣବଳାତ୍କାର ଓ ହତ୍ୟା ମାମଲାର ୪ ମୁଖ୍ୟ ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ନିମନ୍ତେ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଘଟଣାସ୍ଥଳକୁ ନିଆଯାଇଥିଲା। ହେଲେ ସେଠାରୁ ସେମାନେ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଗୁଳି ଚଳାଇଥିଲା।

Share