ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ଅଭୟ

କଟକ ଅଫିସ୍‌, ୯।୧୨:ସୋମବାର ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଭୟ। କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ୱଗ୍ରହଣ କରିଛନ୍ତି। ଅନ୍ତରୀଣ ଡିଜି ଭାବେ ଅବସ୍ଥାପିତ ସତ୍ୟଜିତ ମହାନ୍ତି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ନୂଆ ଡିଜିପିଙ୍କୁ ଗାର୍ଡ ଅଫ ଅନର୍‌ ଦିଆଯାଇଥିଲା। ୧୯୮୬ ବ୍ୟାଚର ଆପିଏସ୍‌ ଅଫିସର ଅଭୟ ନ୍ୟାସନାଲ ପୋଲିସ ଏକଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡିଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ସରକାର ଅବ୍ୟାହତି ଦେବା ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଥିଲା। ସେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ କାର୍ଯ୍ୟ କରିଥିଲେ।

Share