ପୋଲିସ ଡ୍ରେସ୍‌ ପିନ୍ଧି ଦୁର୍ବ୍ୟବହାର: ଧାରଣାରେ ବସିଲେ ନର୍ସ

କୋରାପୁଟ,୧୬।୭(ସ୍ବ.ପ୍ର): କୋରାପୁଟ ମେଡିକାଲ କଲେଜ ଓ ହସପିଟାଲର ପୁରୁଷ ସର୍ଜରୀ ୱାର୍ଡରେ ରବିବାର ବିଳମ୍ବିତ ରାତିରେ ୨ ଜଣ ଯୁବକ ପୋଲିସ ଡ୍ରେସ ପିନ୍ଧି ନର୍ସମାନଙ୍କୁ ଦୁର୍ବ୍ୟବହାର କରିଥିଲେ ା ଏହାର ପ୍ରତିବାଦରେ ସୋମବାର ସମସ୍ତ ନର୍ସ ମେଡିକାଲର ମୁଖ୍ୟ ଫାଟକଠାରେ ଧାରଣାରେ ବସିଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା, ନର୍ସମାନଙ୍କୁ ସୁରକ୍ଷା ଦେବା ଓ ପ୍ରତି ରୋଗୀ ପିଛା ଆଣ୍ଟେଣ୍ଡାଣ୍ଟ ନିୟୋଜିତ କରିବାକୁ ଦାବି କରିଥିଲେ। ଏନେଇ ସନ୍ଧ୍ୟାରେ କୋରାପୁଟ ମେଡିକାଲରେ ପୋଲିସ ଓ ମେଡ଼ିକାଲ କର୍ତ୍ତୃପକ୍ଷ ଦୀର୍ଘ ୩ ଘଣ୍ଟା ଧରି ଆଲୋଚନା କରିଥିଲେ ା ମେଡିକାଲରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ା ଏଥିସହିତ ଆସନ୍ତା ୧୮ ତାରିଖରୁ ମେଡିକାଲରେ ପୋଲିସ ମୁତୟନ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ନର୍ସମାନେ ଧାରଣାରୁ ଓହରିଥିଲେ ା

Share