Categories: ଜାତୀୟ

ପୋଲିସ ପଞ୍ଝାରେ ସଞ୍ଜୀବ ଚାଓ୍ବଲା

ନୂଆଦିଲ୍ଲୀ,୧୪।୨(ପି.ଟି.):କ୍ରିକେଟର ସବୁଠୁ ବଡ଼ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଓ୍ବାଣ୍ଟେଡ୍‌ ଥିବା ସଞ୍ଜୀବ ଚାଓ୍ବଲାଙ୍କୁ ଗୁରୁବାର ବ୍ରିଟେନ ପ୍ରତ୍ୟର୍ପଣ କରିଛି। ଦିଲ୍ଲୀ ପୋଲିସ ତାଙ୍କୁ ଏହି ମାମଲାରେ ଏକ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। କୋର୍ଟଙ୍କ ଅନୁମତି କ୍ରମେ ତାଙ୍କୁ ଜେରା କରିବା ଲାଗି ୧୨ ଦିନ ପାଇଁ ହାଜତକୁ ନେଇଛି ପୋଲିସ।
୨୦୦୦ ଫେବୃୟାରୀ-ମାର୍ଚ୍ଚରେ ସଞ୍ଜୀବ ଚାଓ୍ବଲା ଏକ ବଡ଼ଧରଣର ମ୍ୟାଚ୍‌ ଫିକ୍ସିଂ କରିଥିବା ଅଭିଯୋଗ ହୋଇଥିଲା। ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ତତ୍କାଳୀନ କ୍ୟାପ୍‌ଟେନ ହାନ୍ସି କ୍ରୋନିଏଙ୍କ ସହ ମିଶି ସେ ଚକ୍ରାନ୍ତ କରିଥିବା କୁହାଯାଇଥିଲା। କୋନିଏ ୨୦୦୨ରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଦିଲ୍ଲୀରେ ଜନ୍ମିତ ସଞ୍ଜୀବ ୧୯୯୬ରୁ ଏକ ବିଜ୍‌ନେସ୍‌ ଭିଜା ବଳରେ ବ୍ରିଟେନରେ ରହୁଥିଲେ। ତେବେ ସେ ମଝିରେ ମଝିରେ ଭାରତକୁ ମଧ୍ୟ ଆସୁଥିଲେ। ଇତିମଧ୍ୟରେ ସେ ୫ଟି ମ୍ୟାଚ୍‌ ଫିକ୍ସିଂ କରିଥିଲେ। ଏହି ମାମଲାରେ ଭାରତର ଅନୁରୋଧକ୍ରମେ ବ୍ରିଟେନ ପୋଲିସ ତାଙ୍କୁ ଗିରଫ କରି ଗୁରୁବାର ପ୍ରତ୍ୟର୍ପଣ କରିଥିଲା। ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ସୁଧୀର କୁମାର ସିରୋହୀଙ୍କ ଅଦାଲତରେ ଦିଲ୍ଲୀ ପୋଲିସ ହାଜର କରି ୧୪ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁରୋଧ କରିଥିଲା। ହେଲେ କୋର୍ଟ ୧୨ ଦିନ ପାଇଁ ଅନୁମତି ଦେଇଛନ୍ତି।

Share