ପୋଲିସ ପରିଚୟ ଦେଇ ମହିଳାଙ୍କ ମଙ୍ଗଳସୂତ୍ର ଲୁଟ୍‌

ବ୍ରହ୍ମପୁର ଅଫିସ,୨ା୮-ନକଲି ପୋଲିସ ବେଶରେ ଲୁଟେରାମାନେ ବିଶେଷକରି ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରି ସୁନାଗହଣା ଓ ଟଙ୍କା ଲୁଟ୍‌ କରୁଛନ୍ତି। ଏବେ ସେହି ଲୁଟେରାମାନଙ୍କୁ ପୋଲିସ ଧରି ପାରୁନାହିଁ। ନକଲି ପୋଲିସ ଏବେ ଅସଲିଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି। ଗୁରୁବାର ନକଲି ପୋଲିସ ଜନଗହଳିପୂର୍ଣ୍ଣ ଦଳୁଆସାହିର ଜଣେ ମହିଳାଙ୍କୁ ଭୟଭୀତ କରାଇ ସେ ପିନ୍ଧିଥିବା ମଙ୍ଗଳସୂତ୍ରଟିକୁ ନେଇ ଚମ୍ପଟ ମାରିଛନ୍ତି।
ସିସି ଟିଭି ଫୁଟେଜ ଯାଞ୍ଚ କରୁଛି। କ୍ୟାଣ୍ଟନମେଣ୍ଟ ରୋଡରେ ରହୁଥିବା ଜଣେ ବ୍ୟବସାୟୀଙ୍କ ସ୍ତ୍ରୀ ଭି. ଶାରଦା ଗୁରୁବାର ମଧ୍ୟାହ୍ନରେ ମନ୍ଦିର ଯାଇ ଘରକୁ ଫେରିଥିଲେ। ଦଳୁଆସାହି ମୁଖ୍ୟ ରାସ୍ତା ଦେଇ ସେ ଫେରୁଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଅଟକାଇ ପୋଲିସ ପରିଚୟ ଦେଇଥିଲେ। ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ । ପରେ ସେ ପିନ୍ଧିଥିବା ୫ ଭରିର ମଙ୍ଗଳସୂତ୍ରଟି ବାହାର କରିବାକୁ କହିଥିଲେ। ମହିଳା ଜଣକ ମନା କରିବାରୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କହିଥିଲେ ।
ପରେ ମହିଳା ଜଣଙ୍କ ପିନ୍ଧିଥିବା ମଙ୍ଗଳସୂତ୍ର ବାହାର କରି ଭ୍ୟାନିଟିରେ ରଖିଥିଲେ । ଏହା ପରେ ନକଲି ପୋଲିସ ତାଙ୍କୁ ସେମାନେ ଧରିଥିବା ଏକ ଧଳା କାଗଜରେ ରଖିବାକୁ କହିଥିଲେ। ଏହି ସମୟରେ ସେମାନେ ସମାନ ଦୁଇଟି ପୁଡିଆ ଧରିଥିଲେ ା ମହିଳାଙ୍କୁ ଅନ୍ୟ ଏକ ପୁଡିଆ ଧରାଇ ମଙ୍ଗଳସୂତ୍ର ଥିବା ପୁଡିଆ ଧରି ଫେରାର ହୋଇଯାଇଥିଲେ ା ଭୟଭୀତ ଅବସ୍ଥାରେ ଥିବା ମହିଳା ଜଣକ ସେଠାରେ କୌଣସି ପ୍ରତିବାଦ କରି ନ ଥିଲେ। ପରେ ମହିଳା ଘରକୁ ଯାଇ ସେମାନେ ଦେଇଥିବା କାଗଜ ପୁଡ଼ାକୁ ଖୋଲି ଦେଖିବା ବେଳେ ସେଥିରେ ତାଙ୍କ ମଙ୍ଗଳସୂତ୍ର ନ ଥିଲା, ତା’ ବଦଳରେ କିଛି ନକଲି ଚୁଡ଼ି ଥିଲା ବୋଲି ଭି. ଶାରଦା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Share