ପୋଲିସ ପାଖରେ ରହୁନି ବିଦେଶୀଙ୍କ ତଥ୍ୟ

ଯୁଧିଷ୍ଠିର ମହାରଣା
ସର୍ବଭାରତୀୟ ସ୍ତରରେ ଓଡ଼ିଶା ପୋଲିସର ଦକ୍ଷତା, ପ୍ରତିବଦ୍ଧତା, ସାଧୁତା ଓ କର୍ତ୍ତବ୍ୟନିଷ୍ଠା ଯଥେଷ୍ଟ ଆଗରେ। ଅନେକ ଘଡ଼ିସନ୍ଧି ମୁହୂର୍ତ୍ତ ଓ ପ୍ରତିକୂଳ ପରିବେଶରେ ପୋଲିସ ବିଭାଗ କାର୍ଯ୍ୟ କରିଥାଏ। ତେବେ ଜାତୀୟ ସୁରକ୍ଷା ସମ୍ବନ୍ଧିତ ବିଦେଶୀଙ୍କ ତଥ୍ୟ ପୋଲିସ ପାଖରେ ରହୁ ନ ଥିବାରୁ ଅନେକ ସମୟରେ ନାନା ଅଘଟଣ ଘଟୁଛି। ଏକ ପରିସଂଖ୍ୟାନ ଅନୁଯାୟୀ, ପ୍ରତିବର୍ଷ ୧୫ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି। ବୌଦ୍ଧକୀର୍ତ୍ତି ବିମଣ୍ଡିତ ହୀରକ ତ୍ରିଭୁଜ କ୍ଷେତ୍ର ତଥା ଦ୍ୱୈତନଗରୀ କଟକ-ଭୁବନେଶ୍ୱର ସେମାନଙ୍କର ମୁଖ୍ୟ ପର୍ଯ୍ୟଟନ କେନ୍ଦ୍ର। ଏହା ବ୍ୟତୀତ ଅନେକ ବିଦେଶୀ ବିଶେଷଜ୍ଞ, ଗବେଷକ, ଛାତ୍ରୀଛାତ୍ର ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ। ଆଇନ ଅନୁଯାୟୀ ବିଦେଶୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଇଣ୍ଡିଆନ ଭିଜା ଫରେନର ରେଜିଷ୍ଟର ଆକ୍ଟ ଅନୁସାରେ ସ୍ଥାନୀୟ ପୋଲିସ ପାଖରେ ରହିବା କଥା। ସେହିପରି ହୋଟେଲ ହେଉ ବା କମ୍ପାନୀ, ଶିକ୍ଷାନୁଷ୍ଠାନ ବା ଡାକ୍ତରଖାନା, ସେମାନଙ୍କ ପାଖକୁ ଆସୁଥିବା ବିଦେଶୀଙ୍କ ସବିଶେଷ ତଥ୍ୟ ତତ୍କାଳ ସ୍ଥାନୀୟ ପୋଲିସକୁ ଦେବା କଥା। ମାତ୍ର କେତେକ ହାତଗଣତି କ୍ଷେତ୍ରକୁ ଛାଡ଼ିଦେଲେ ଅନ୍ୟ ଜାଗାରେ ପୋଲିସ ଏ ତଥ୍ୟ ପାଉନାହିଁ, ଯାହାଦ୍ୱାରା ପରବର୍ତ୍ତୀ ସମୟରେ କୌଣସି ଅଘଟଣ ଘଟିଲେ ପୋଲିସର ତଦନ୍ତ ବାଉଳା ହୋଇଯାଉଛି। ବିଦେଶୀ କଲ୍‌ଗାର୍ଲ ର଼୍ୟାକେଟ୍‌ ହେଉ ବା ବ୍ୟାଙ୍କ ଠକେଇ ଓ ବର୍ତ୍ତମାନ ସାଇବର ଠକେଇରେ ବିଦେଶୀମାନଙ୍କ ସମ୍ପୃକ୍ତି ଓଡ଼ିଶା ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି। ୨୦୧୫ରେ ୧୪,୫୨୬, ୨୦୧୬-୧୭ରେ ୧୮,୩୧୨ ଓ ୨୦୧୭-୧୮ରେ ୧୫,୬୯୧ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ ସମସ୍ତଙ୍କ ତଥ୍ୟ ଓଡ଼ିଶା ପୋଲିସ ପାଖରେ ନାହିଁ। ସେମାନେ କେଉଁ ଉଦ୍ଦେଶ୍ୟରେ, କେତେ ଦିନ ପାଇଁ ଅନୁମୋଦିତ ଭିଜା ନେଇ ଏଠି ପହଞ୍ଚତ୍ଛନ୍ତି, ଏ ତଥ୍ୟ ପୋଲିସ ପାଖରେ ରହୁନାହିଁ।
୨୦୧୭ ଅକ୍ଟୋବର ୧୭ରେ ବିଦେଶୀ ପର୍ଯ୍ୟଟକ ଓ ଅପରାଧୀମାନଙ୍କ ଉପରେ କଡ଼ା ନଜର ରଖିବା ପାଇଁ କମିଶନରେଟ ପୋଲିସ ଏକ ବିଧିବଦ୍ଧ ଗାଇଡ୍‌ଲାଇନ ପ୍ରସ୍ତୁତ କରିଥିଲା। ହୋଟେଲରେ ରହୁଥିବା ବିଦେଶୀଙ୍କ ପରିଚୟ ଓ ରହଣି ଅବଧି ସ୍ଥାନୀୟ ପୋଲିସକୁ ପ୍ରଦାନ କରିବା ଏବଂ ହୋଟେଲର ପ୍ରବେଶ ପ୍ରସ୍ଥାନ ଫାଟକ, ପାର୍କିଂ ସ୍ଥାନ ଓ ସମସ୍ତ ଅଞ୍ଚଳରେ ସିସିଟିଭି ଲଗାଇବା ସହ ଲଗେଜ ସ୍କାନର ଦ୍ୱାରା ସେମାନଙ୍କ ଜିନିଷପତ୍ର ସ୍କାନ କରିବା ଓ ମେଟାଲ ଡିଟେକ୍ଟର ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା। ହୋଟେଲର ପଞ୍ଜୀକରଣ ଠିକ୍‌ ସମୟରେ ନବୀକରଣ କରିବା ସହ ନିର୍ଦ୍ଦିଷ୍ଟ ସମୟରେ ବାର୍‌ ବନ୍ଦ କରିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ଅଗ୍ନିନିର୍ବାପକ ବ୍ୟବସ୍ଥା ସହ ଫାୟାର ସେଫ୍ଟି ଡ୍ରିଲକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଉଛି ଏହି ଗାଇଡ୍‌ଲାଇନ ଯେପରି ପାଣିରେ ଗାର। ବଜାର ତୁଳନାରେ କମ୍‌ ମୂଲ୍ୟରେ ଓଡ଼ିଶାରେ ପର୍ଯ୍ୟାପ୍ତ ଭ୍ରମଣ ଓ ଆନୁଷଙ୍ଗିକ ସୁବିଧା ରହିଥିବାରୁ ଏବଂ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ହୋଇଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। କୋଣାର୍କ, ଗୋପାଳପୁର, ଶିମିଳିପାଳ ସହ ବିଭିନ୍ନ ଅଭୟାରଣ୍ୟ ଓ ହଲିଡେ ରିସର୍ଟରେ କିଛିଦିନ ବିତାଇବା ପାଇଁ ବିଦେଶୀମାନେ ଓଡ଼ିଶାକୁ ଅଗ୍ରାଧିକାର ଦେଉଛନ୍ତି। ସେହିପରି ଓଡ଼ିଶାରେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କ୍ରୀଡ଼ା ମହୋତ୍ସବ ଓ ବିଭିନ୍ନ ସଂସ୍ଥାଗତ ସମ୍ମିଳନୀ ହେଉଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।
ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାରେ ସେମାନଙ୍କ ବ୍ୟବସାୟିକ କ୍ଷେତ୍ର ଓ ପ୍ରକଳ୍ପ ଗଢ଼ି ତୋଳୁଥିବାରୁ ସେଠାରେ କାର୍ଯ୍ୟ କରିବା ପାଇଁ ଓ ଗବେଷଣା ନିମିତ୍ତ ବିଦେଶୀମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି। କୌଣସି ପର୍ଯ୍ୟଟକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସ୍ଥାନୀୟ ପୋଲିସର ସୂଚନାରେ ରହୁ ନ ଥିବାରୁ ସେମାନଙ୍କର ଭିଜା ଅବଧି ଜଣାପଡ଼ୁନାହିଁ। ଫଳରେ ପରବର୍ତ୍ତୀ ସମୟରେ ସେମାନଙ୍କ ଦ୍ୱାରା କୌଣସି ଅଘଟଣ ଘଟିଲେ ଏହାର ଟେର୍‌ ପୋଲିସ ପାଉନାହିଁ। ୨୦୧୨ରେ ଇଟାଲୀ ନାଗରିକ ବସୁସ୍କୋ ପାଉଲୋ ଓ କ୍ଲାଉଡିଓ କୋଲାଞ୍ଜିଲୋ ମାଓବାଦୀ ଉପଦ୍ରୁତ ଅଞ୍ଚଳକୁ ବୁଲି ଯାଇଥିବା ବେଳେ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ। ସେମାନଙ୍କୁ ମୁକୁଳାଇବା ପାଇଁ ଓଡ଼ିଶା ପୋଲିସ ଓ ସରକାରଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ସେହିପରି ୨୦୧୬ ମାର୍ଚ୍ଚ ୨୩ରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ବିଦେଶିନୀଙ୍କୁ ହାଇପ୍ରୋଫାଇଲ ସେକ୍ସ ର଼୍ୟାକେଟରେ ଧରାଯାଇଥିଲା। ୨୦୧୭ ଜୁଲାଇ ୨୩ରେ ଭୁବନେଶ୍ୱର ଶ୍ରୀୟା ଛକ ନିକଟ ଫୁଟ୍‌ପାଥ୍‌ରୁ ପୋଲିସ ଜଣେ ବିଦେଶିନୀଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଉଦ୍ଧାର କରିଥିଲା, ଯିଏକି ସେକ୍ସ ର଼୍ୟାକେଟ୍‌ରେ କାର୍ଯ୍ୟରତ ବୋଲି ଜଣାପଡ଼ିଥିଲା। ୨୦୧୭ ନଭେମ୍ବର ୧୭ରେ ଖାରବେଳ ନଗର ପୋଲିସ ନିକଟ ଅଞ୍ଚଳର ଏକ ସ୍ପା ସେଣ୍ଟରରୁ ତିନିଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେମାନେ ଟୁରିଷ୍ଟ ଭିଜାରେ ଦେହ ବ୍ୟବସାୟରେ ଲିପ୍ତ ଥିଲେ ବୋଲି ପୋଲିସ ସ୍ପଷ୍ଟ କରିଥିଲା।
୨୦୧୮ ମେ ୧୯ରେ ବାପୁଜୀ ନଗରର ଏକ ସ୍ପା ସେଣ୍ଟରରୁ ୮ଜଣ ଥାଇଲାଣ୍ଡ ଯୁବତୀ ଉଦ୍ଧାର ହୋଇଥିଲେ। ବିଦେଶୀମାନଙ୍କୁ ଗିରଫ କଲା ପରେ ପ୍ରବାସୀ ଆଇନ ଅନୁଯାୟୀ ଓଡ଼ିଶା ପୋଲିସ ସମ୍ପୃକ୍ତ ଦୂତାବାସ ସହ ଯୋଗାଯୋଗ କରି ଆଇନଗତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ତେବେ ଓଡ଼ିଶା ପୋଲିସରେ ଦିନକୁ ଦିନ କର୍ମଚାରୀ ସଂଖ୍ୟା କମ୍‌ ଥିବାବେଳେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟତୀତ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ପୋଲିସ ଉପରେ ବଡ଼ ଚାପ ସୃଷ୍ଟି କରୁଛି। ଭାରତର ସୀମାକୁ ଲାଗିଥିବା ପାକିସ୍ତାନ, ବାଂଲାଦେଶ, ମ୍ୟାନ୍‌ମାର ଓ ନେପାଳ ଦେଶର ଅନେକ ଅପରାଧୀ ସନ୍ତର୍ପଣରେ ସୀମାରେ ଅନୁପ୍ରବେଶ କରି ଅସାମାଜିକ କାର୍ଯ୍ୟ କରି ଫେରାର ହୋଇଯାଉଛନ୍ତି। ତେବେ ବିଦେଶୀଙ୍କ ତଥ୍ୟ ରଖିବା, ଯାଞ୍ଚ କରିବା ଓ ଆପରାଧିକ କାର୍ଯ୍ୟର ତଦନ୍ତ ପାଇଁ ଓଡ଼ିଶା ପୋଲିସର ସ୍ବତନ୍ତ୍ର ସେଲ୍‌ ଗଠନ ହେବା ଜରୁରୀ। ସେହିପରି କୋର୍ଟରେ ଏହି ମାମଲାକୁ ଫାଷ୍ଟଟ୍ରାକ୍‌ ମାମଲା ଭାବେ ତ୍ୱରିତ ଶୁଣାଣି ପାଇଁ ଆଇନଜୀବୀ ଓ ବିଚାରପତିଙ୍କ ମନୋନୟନ ଅତ୍ୟନ୍ତ ପ୍ରାସଙ୍ଗିକ। ଭାରତର ବିଭିନ୍ନ ରାଜ୍ୟରେ ଏହି ମାମଲା ପାଇଁ ସ୍ବତନ୍ତ୍ର ସେଲ୍‌ ରହିଥିବା ବେଳେ ଓଡ଼ିଶାରେ କିନ୍ତୁ ଓଲଟା। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବାକୁ ହେଲେ ଓଡ଼ିଶା ପୋଲିସ ଏ ଦିଗଟିକୁ ଅଣଦେଖା ନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଅତ୍ୟନ୍ତ ଜରୁରୀ।
ମୋ- ୯୪୩୭୧୬୩୫୨୮, judhister009moharana@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri