ପୋଲିସ ପାଣ୍ଠିକୁ ଟ୍ୟୁଶନ ଦରମା ଦେଲେ ଛାତ୍ର

ପାରାଦୀପ, ୧୭।୪ (ସ୍ବ.ପ୍ର.)-କରୋନା ପାଇଁ ବିଭିନ୍ନ କଟକଣା ଲାଗୁ କରାଯାଇଥିବା ବେଳେ ପୋଲିସ ଏହାର ପରିଚାଳନା କରୁଛି। ପୋଲିସର ଏହି ସେବାଦୃଶ୍ୟ କାମ ପାଇଁ ଜଣେ ନର୍ସରୀ ଛାତ୍ର ବାଲିଝରା ବସ୍ତିର ପ୍ରତୀକ ତରାଇ ନିଜ ଟ୍ୟୁଶନ ଦରମା ୩୦୦୦ ଟଙ୍କା ପୋଲିସ କଲ୍ୟାଣ ପାଣ୍ଠିକୁ ପ୍ରଦାନ କରିଛନ୍ତି। ପାରାଦୀପ ଆଦର୍ଶ ଥାନାଧିକାରୀ ରଜନୀକାନ୍ତ ସାମଲଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ଛାତ୍ରଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।