Categories: ଜାତୀୟ

ପୋଲିସ ବାବୁଙ୍କ ମୁଣ୍ଡରୁ ଉକୁଣି ବାଛୁଚି ମାଙ୍କଡ଼: ଭିଡିଓ ଭାଇରାଲ

ଲକ୍ଷ୍ନୌ,୯।୧୦: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଏକ ମାଙ୍କଡ଼ ଜଣେ ପୋଲିସ ଇନ୍ସପେକ୍ଟରଙ୍କ ମୁଣ୍ଡରୁ ଉକୁଣି ବାଛୁଚି। ଏହା ଉତ୍ତର ପ୍ରଦେଶର ପିଲିଭିତ ଜିଲାର ବୋଲି ଜଣାପଡିଛି। ଇନ୍ସପେକ୍ଟର ଜଣଙ୍କ ପୋଲିସ ଷ୍ଟେଶନରେ ବସି ନିଜ କାମ କରୁଥିବା ବେଳେ ମାଙ୍କଡ଼ଟି ଉକୁଣି ବାଛିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୋତଓ୍ବାଲି ନଗର ଥାନାର ଇନ୍ସପେକ୍ଟର ଶ୍ରୀକାନ୍ତ ଦ୍ୱିବେଦୀ ଦ୍ୱିପ୍ରହରରେ ଅଭିଯୋଗ ଶୁଣୁଥିବା ବେଳେ ଏହି ମାଙ୍କଡ଼ଟି ହଠାତ୍‌ ଆସି ତାଙ୍କ ମୁଣ୍ଡ ଉପରେ ବସି ପଡିଥିଲା। ଇନ୍ସପେକ୍ଟର ମାଙ୍କଡଟିକୁ ଓହ୍ଲାଇ ଯିବାକୁ କହିଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲା। ଆଉ ଉକୁଣି ବଛା କାମ ସରିଯିବା ପରେ ମାଙ୍କଡଟି ଆପଣାଛାଏଁ ସେଠାରୁ ଚାଲି ଯାଇଥିଲା। ଆଉ ସେହି ସମୟର ଦୃଶ୍ୟକୁ କେହି ଜଣେ ବ୍ୟକ୍ତି ମୋବାଇରେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି।

Share