ପୋଲିସ ବିଭାଗରେ ଅଦଳବଦଳ: ବଦଳିଲେ ୨୦ ଇନ୍ସପେକ୍ଟର, ୩୯ ଏସ୍‌ଆଇ

କଟକ ଅଫିସ,୭।୬: ରାଜ୍ୟ ପୋଲିସରେ ଇନ୍ସପେକ୍ଟର, ସବ୍‌-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର ସ୍ତରରେ ଶନିବାର ଅଦଳବଦଳ କରାଯାଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି ନିର୍ଦ୍ଦେଶ ଜାରି କରିଛି। ବଦଳି ତାଲିକାରେ ରହିଛନ୍ତି ୧୫ ଜଣ ଇନ୍ସପେକ୍ଟର, କେବିକେ ଓ କନ୍ଧମାଳରେ ୫ବର୍ଷ ପୂରଣ କରିଥିବା ୨୩ ଜଣ ଏସ୍‌ଆଇ, ପାରିବାରିକ କାରଣରୁ ୧୨ ଜଣ ଏସ୍‌ଆଇ, ୪ ଜଣ ଏସ୍‌ଆଇ, ୨ ଜଣ ଏଏସ୍‌ଆଇ ଓ ପଦୋନ୍ନତି ପାଇଥିବା ୫ ଜଣ ଇନ୍ସପେକ୍ଟର ରହିଛନ୍ତି।

ଇନ୍ସପେକ୍ଟର ସ୍ତରରେ କମିଶନରେଟ୍‌ ପୋଲିସର ଦିଲ୍ଲୀପ ସ୍ବାଇଁଙ୍କୁ ଗଞ୍ଜାମ, ଜୟଦେବ ବିଶ୍ୱଜିତ୍‌ଙ୍କୁ ଏସ୍‌ଆର୍‌ପି କଟକ, ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ପୁରୀ ବଦଳି କରାଯାଇଛି। ବ୍ରହ୍ମପୁର ପୋଲିସ ଜିଲାର ସୁମନ୍ତ କିଶାନଙ୍କୁ କେନ୍ଦ୍ରାପଡ଼ା, ଗୌରାଙ୍ଗ ଚରଣ ସାହୁଙ୍କୁ ଭଦ୍ରକ, ଗଞ୍ଜାମ ପୋଲିସ ଜିଲାର ଯୁବରାଜ ସ୍ବାଇଁ, ପୁରୀ ପୋଲିସର ସୁବ୍ରତ ସାହୁଙ୍କୁ କମିଶନରେଟ୍‌ ପୋଲିସକୁ ବଦଳି କରାଯାଇଛି। ସେହିପରି ଏସ୍‌ଟିଏଫ୍‌ର ପ୍ରଜ୍ଞା ପାରମିତା ଜେନାଙ୍କୁ ନୟାଗଡ଼ ଓ ଆଲୋକ କୁମାର ଜେନାଙ୍କୁ ଭଦ୍ରକ, ଅର୍ଥନୈତିକ ଅପରାଧ ଶାଖାର ନିବେଦିତା ଦାସଙ୍କୁ ଏସ୍‌ଆର୍‌ପି କଟକ, କେନ୍ଦ୍ରାପଡ଼ାର ରାମ କୁମାର ମୁର୍ମୁଙ୍କୁ ବ୍ରହ୍ମପୁର, ଜିଆର୍‌ପି କଟକର ଭରତ ଚନ୍ଦ୍ର ସାହୁଙ୍କୁ କମିଶନରେଟ୍‌ ପୋଲିସ, ଭିଜିଲାନ୍ସର ସୁଶାନ୍ତ କୁମାର ମିଶ୍ରଙ୍କୁ ଭଦ୍ରକ, ଭାଲେଣ୍ଟିନା ରାୟଙ୍କୁ ବ୍ରହ୍ମପୁର ଏବଂ ସିଆଇଡିର ଅକ୍ଷୟ କୁମାର ନାୟକଙ୍କୁ ବ୍ରହ୍ମପୁର ପୋଲିସ ଜିଲାକୁ ବଦଳି କରାଯାଇଛି। ପଦୋନ୍ନତି ପାଇଥିବା ଇନ୍ସପେକ୍ଟର ଚମ୍ପତ୍ତି ପାତ୍ରଙ୍କୁ କମିଶନରେଟ୍‌ ପୋଲିସରୁ ରାଉରକେଲା, ଦୁର୍ଗାଚରଣ ପ୍ରଧାନଙ୍କୁ ଜିଆର୍‌ପି ରାଉରକେଲାରୁ ଏସ୍‌ଆରପି କଟକ, ଚାରୁଲତା ନନ୍ଦଙ୍କୁ ସିଆଇଡିରୁ ଯାଜପୁର, ନୟାଗଡ଼ ପୋଲିସର ରଞ୍ଜନ କୁମାର ମାଝିଙ୍କୁ ମାଲକାନଗିରି ବଦଳି କରାଯାଇଛି। ନୟାଗଡ଼ର ରିନାରାଣୀ ସାହୁଙ୍କୁ ପଦୋନ୍ନତି ସତ୍ତ୍ୱେ ଅନ୍ୟ ଜିଲାକୁ ତାଙ୍କର ବଦଳି ହୋଇନାହିଁ। ପାରିବାରିକ କାରଣରୁ ପ୍ରଫୁଲ୍ଲ କୁମାର ସାହୁଙ୍କୁ କେନ୍ଦ୍ରାପଡ଼ାରୁ ବ୍ରହ୍ମପୁର, ସସ୍ମିତା ସେଠୀଙ୍କୁ ଭଦ୍ରକରୁ ବ୍ରହ୍ମପୁର, ଅର୍ଚ୍ଚନା ଛୋଟରାୟଙ୍କୁ କେନ୍ଦୁଝରରୁ ବରଗଡ଼, ସୌମ୍ୟା ରାୟଙ୍କୁ ଅନୁଗୋଳରୁ ଭଦ୍ରକ, ପ୍ରତିଭା ପାଢ଼ୀଙ୍କୁ କଟକରୁ ନୂଆପଡ଼ା, ବଂଶୀଧର ମଲ୍ଲିକଙ୍କୁ କମିଶନରେଟ୍‌ ପୋଲିସରୁ ବୌଦ୍ଧ, ମୁକେଶ କୁମାର ବେହେରାଙ୍କୁ ଗଜପତିରୁ ଖୋର୍ଦ୍ଧା, ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ କେନ୍ଦୁଝରରୁ କଟକ, ସୁଶ୍ରୀ ଶର୍ମିଷ୍ଠା ସୁନାଙ୍କୁ ସମ୍ବଲପୁରରୁ କମିଶନରେଟ୍‌ ପୋଲିସ, ଶାନ୍ତନୁ କୁମାର ଜେନାଙ୍କୁ ଜଗତସିଂହପୁରରୁ ଭଦ୍ରକ, ଶିବ ଶଙ୍କରଙ୍କୁ କନ୍ଧମାଳରୁ କେନ୍ଦୁଝର ଏବଂ ରାଜେଶ କୁମାର ସେଠୀଙ୍କୁ ଯାଜପୁରରୁ ମାଲକାନଗିରିକୁ ବଦଳି ହୋଇଛି।

Share