Categories: ଜାତୀୟ

ପୋଲିସ ଭ୍ୟାନ ଉପରେ ଷ୍ଟଣ୍ଟ କରୁଥିବା ଯୁବକଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୬: ସୋସିଆଲ ମିଡିଆରେ ଏବେ ଦିଲ୍ଲୀ ପୋଲିସର ଏସ୍‌ୟୁଭି ଭ୍ୟାନ ଉପରେ ଜଣେ ଯୁବକ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଏକ ଟିକ୍‌ ଟକ୍‌ ଭିଡିଓ ବୋଲି କୁହାଯାଉଛି। ତେବେ ଗାଡ଼ି ସାମ୍ନାରେ ବୋଲ୍ଡ ଅକ୍ଷରରେ ଦିଲ୍ଲୀ ପୋଲିସ ବୋଲି ଲେଖା ରହିଛି। ପୋଲିସ ଏହା ଦିଲ୍ଲୀ ପୋଲିସର ଗାଡ଼ି ନୁହେଁ ବୋଲି କହିବା ସହ ଉକ୍ତ ଗାଡ଼ିର ମାଲିକଙ୍କୁ ନୋଟିସ ଜାଣି କରିଛି। ଉକ୍ତ ଯୁକବ ଜଣଙ୍କ ମଧ୍ୟ ଦିଲ୍ଲୀ ପୋଲିସର କର୍ମଚାରୀ ହୋଇ ନ ଥିବାରୁ ତାଙ୍କୁ ଖୋଜିବାକୁ ପୋଲିସ ତନାଘନା ଆରମ୍ଭ କରିଛି।

Share