Advertisement

ପୋଲିସ ଭୟରେ ଆତ୍ମସମର୍ପଣ କଲେ ଅପରାଧି

ବୁଲନ୍ଦସହର,୩।୮: ଉତ୍ତର ପ୍ରଦେଶ ବୁଲନ୍ଦସହରର ଜଣେ ଅପରାଧି ପୋଲିସ ଭୟରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି। ଅନିଲ ନାମକ ଏହି ଅପରାଧିଙ୍କ ଉପରେ ପୋଲିସ ୧୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ସେ ନିଜ ହାତରେ ଏକ ପ୍ଲାକାର୍ଡ ଧରି ପୋଲିସ ଷ୍ଟେଶନ ପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ସେ ଧରିଥିବା ପ୍ଲାକାର୍ଡରେ ଲେଖିଥିଲେ କି ପୋଲିସକୁ ଭୟ କରି ସେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି। ୨୦୧୭ରୁ ପୋଲିସ ଅନିଲଙ୍କୁ ଖୋଜୁଥିବା ବେଳେ ହାତ ପାହାନ୍ତାରେ ପାଇ ତୁରନ୍ତ ଗିରଫ କରିଥିବା ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share