ବାଲେଶ୍ୱର ଅଫିସ,୪।୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ମଙ୍ଗଳବାର ବାଲେଶ୍ୱର ଗସ୍ତ କରିଛନ୍ତି। ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ଅପରାଧ ହ୍ରାସକରିବା ବିଶେଷ କରି ‘ମୋ ସରକାରକୁ’ ଅଧିକ କ୍ରିୟାଶୀଳ କରିବା ସହ ଜନସାଧାରଣଙ୍କୁ ସେବା ଯୋଗାଇଦେବା ଉପରେ ଅଭୟ ସମୀକ୍ଷା କରିଛନ୍ତି। ସେ ଜିଲାରେ ଅପରାଧକୁ ରୋକିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଯୋଜନାବଦ୍ଧ ଭାବରେ ଅପରାଧ ଘଟାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହ ଅପରାଧ ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ, ମହିଳା ଓ ଶିଶୁ ନିର୍ଯାତନା ରୋକିବା ନିମନ୍ତେ ବିଭାଗର ଦାୟିତ୍ୱ ଉପରେ ଆଲୋଚନା କରିଛନ୍ତି। ଏହି ସମୀକ୍ଷା ବୈଠକରେ ପୂର୍ବାଞ୍ଚଳ ଆଇଜି ଦୀପେଶ ପଟ୍ଟନାୟକ, ଅର୍ଥନୈତିକ ଅପରାଧ ଶାଖା ଆଇଜି ଘନଶ୍ୟାମ ଉପାଧ୍ୟାୟ, ବାଲେଶ୍ୱର ଏସ୍ପି ବି. ଯୁଗଳ କିଶୋର, ମୟୂରରଭଞ୍ଜ ଏସ୍ପି ଟି. ସ୍ମିଥ ପରମାର ଓ ଭଦ୍ରକ ଏସ୍ପି ରାଜେଶ ପଣ୍ଡିତ ପ୍ରମୁଖ ଯୋଗ ଦେଇଥିଲେ।
Posted inଆମ ଜିଲା ଖବର, ବାଲେଶ୍ୱର