ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଦୁଇ ମାଓବାଦୀ ନିହତ

ମାଲକାନଗିରି,୨୦।୯(ଦୁର୍ଯ୍ୟଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଦାନ୍ତଓ୍ବୋଡା ଜିଲା ଅରନପୁର ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।
ସୂଚନା ମୁତାବକ ଦର୍ଭା ଡିଭିଜନର ମାଓବାଦୀମାନେ ଜଙ୍ଗଲରେ ଉପସ୍ଥିତ ଥିବା ସୂଚନା ପାଇ ପୋଲିସ ଦଳ ନହାଡି ଜଙ୍ଗଲରେ ଶର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ତେବେ ପୋଲିସ ଆସିବା ଜାଣି ମାଓବାଦୀ ମାନେ ଗୁଳି ବିନିମୟ କରିଥିଲେ। ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ଚାଳନା କରିଥଲା। ପ୍ରାୟ ଏକ ଘଣ୍ଟା ଗୁଳି ଚାଳନା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ପୋଲିସ ଶର୍ଚ ଅପରେସନ ସମୟରେ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛି।

Share