ପୋଲିସ-ମାଓବାଦୀ ଗୁଳିବିନିମୟ ଘଟଣା: ବହୁ ସାମଗ୍ରୀ ଜବତ

ମାଲକାନଗିରି,୧୭।୨(ଡି.ଏନ୍‌.ଏ): ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାପଡ଼ା ଓ ସମ୍ବଲପୁର ଗ୍ରାମ ଜଙ୍ଗଲରେ ରବିବାର ପୂର୍ବାହ୍ନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ବହୁ ମାଓସାମଗ୍ରୀ ଜବତ ହୋଇଛି । ପ୍ରାୟ ୨୦ରୁ ୩୦ ଜଣ ମାଓବାଦୀ ଥିବା ଖବର ପାଇ ବିଏସ୍‌ଏଫ୍‌, ଡିଭିଏଫ୍‌ ଓ ଏସ୍‌ଓଜି ଯବାନ ମିଳିତ ଭାବେ କୋମ୍ବିଂ ଅପରେଶନ କରିଥିଲେ ।  ଏହି ସମୟରେ ମାଓବାଦୀମାନେ ପୋଲିସ ଉପରକୁ ଗୁଳିଚାଳନା କରିବାରୁ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । କିଛି ସମୟ ପରେ ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପରେ ଯବାନମାନେ ଘଟଣାସ୍ଥଳରେ ତଲାସି କରିବା ପରେ ସେଠାରୁ ଗୋଟିଏ ପୋଷାକ, ୨ଟି ଶାର୍ଟ, ଗୋଟିଏ ବେଲ୍ଟ, ଗୋଟିଏ ଟୋପି, ୩ଟି କିଟ୍‌ ବ୍ୟାଗ, ହଳେ ଜୋତା, ଗୋଟିଏ ମୋବାଇଲ ଫୋନ, ରୋଷେଇ ସାମଗ୍ରୀ, ଗୋଟିଏ ଚାର୍ଜର ଷ୍ଟାଣ୍ଡ ଆଦି ଜବତ ହୋଇଥିବା ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି ।