ପୋଲିସ ଶହୀଦ ଦିବସ: ଲୋକଙ୍କ ହିତରେ କାର୍ଯ୍ୟ କରିବାକୁ ଏସ୍‌ପିଙ୍କ ପରାମର୍ଶ

ଭଦ୍ରକ ଅଫିସ,୨୧।୧୦: ଭଦ୍ରକ ଜିଲା ଚରମ୍ପା ରିଜର୍ଭ ପୋଲିସ ପଡ଼ିଆରେ ଜିଲା ପୋଲିସ ପକ୍ଷରୁ ୬୦ତମ ଶହୀଦ ଦିବସ ପାଳିତ ହୋଇଯାଇଛି I ଏସ୍‌ପି ରାଜେଶ ପଣ୍ଡିତ ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଶହୀଦଙ୍କ ବଳିଦାନ ଉପରେ ବ୍ୟକ୍ତବ୍ୟ ରଖିବା ସହ ଲୋକଙ୍କ ହିତରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।