ପୋଲିସ ଷ୍ଟେଶନରେ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ବାନ୍ଧବୀ ରିଆ

ମୁମ୍ବାଇ,୧୮।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଏବେବି ଯେମିତି ଅସମାହିତ ପ୍ରଶ୍ନ ହୋଇରହିଛି। ଡିପ୍ରେଶନ ଯୋଗୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି କୁହାଯାଉଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏବେବି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଇତିମଧ୍ୟରେ ଗୁରୁବାର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀ ବାନ୍ଦ୍ରା ପୋଲିସ ଷ୍ଟେଶନ ପହଞ୍ଚିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ତାଙ୍କୁ ପଚରା ଉଚରା କରିବ ବୋଲି ଜଣାପଡିଛି।

Share