Categories: ଜାତୀୟ

ପୋଲିସ ଷ୍ଟେଶନ ସାମ୍ନାରେ ଗୋମାଂସ ତରକାରି ବାଣ୍ଟିଲେ କଂଗ୍ରେସ କାର୍ଯ୍ୟକର୍ତ୍ତା

ଥିରୁଭାନନ୍ଥପୁରମ୍‌,୧୯।୨: କେରଳରେ ପୁଣି ଗୋମାଂସକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ପୋଲିସ ପ୍ରଶିକ୍ଷଣ ନେଉଥିବା ପିଲାଙ୍କ ମେନ୍ୟୁରୁ ଗୋମାଂସ ହଟାଯିବା ପରେ କଂଗ୍ରେସ କାର୍ଯ୍ୟକର୍ତ୍ତା କୋଝିକୋଡ ଜିଲାର ମୁକ୍କାମ ପୋଲିସ ଷ୍ଟେଶନ ଆଗରେ ଗୋମାଂସ ତରକାରି ସହ ରୁଟି ବାଣ୍ଟିଛନ୍ତି। କେରଳ ପ୍ରଦେଶ କଂଗ୍ରେସ କମିଟି(କେପିସିସି) ସଚିବ କେ. ପ୍ରବୀଣ କୁମାର ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଆରଏସଏସ ଆଗରେ ମୁଣ୍ଡ ନୁଆଁଉଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଜୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହାପରେ ଲୋକନାଥ ବେହରାଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଆରଏସଏସ ଏଜେଣ୍ଡାକୁ କେରଳରେ ଲାଗୁ କରିବା ପାଇଁ ଚେଷ୍ଟା କରୁଛନ୍ତି। ଫଳସ୍ବରୂପ ପୋଲିସ ଟ୍ରେନିଂ ମେନ୍ୟୁରୁ ଗୋମାଂସ ହଟାଇଦିଆଯାଇଛି। ସେପଟେ ପ୍ରଶିକ୍ଷଣ ନେଉଥିବା ପୋଲିସ କର୍ମଚାରୀଙ୍କ ମେନ୍ୟୁରୁ ଗୋମାଂସ ହଟାଯାଇନାହିଁ ବୋଲି କେରଳ ପୋଲିସ ସ୍ପଷ୍ଟ କରିଛି।

Share