ନୂଆଦିଲ୍ଲୀ, ୨୦।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୋଲିସ ସବ୍-ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୂର୍ବ ଦିଲ୍ଲୀର ବିବେକ ବିାହର ଥାନାରେ କାର୍ଯ୍ୟରତ ଥିବା ରାଜକୁମାର ଅବୈଧ ଗଞ୍ଜେଇ ଏବଂ ମଦ ବେପାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେଲା ଚଢାଉ କରୁଥିଲେ। ରବିବାର ସେ ଚଢାଉ ପାଇଁ ଯାଇଥିବାବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବୋଲି ରାଜକୁମାରଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତାଙ୍କ ହତ୍ୟା ପୂର୍ବରୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିଲା ବୋଲି ପରିବାର ଲୋକେ କହିଛନ୍ତି। ପୋଲିସ ପକ୍ଷରୁ ମାମଲାଟିକୁ ମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି।