Categories: ଖେଳ

ପୋଲିସ ହେପାଜତରେ ସ୍ପାନିଶ ଫୁଟ୍‌ବଲ ଖେଳାଳି

ମାଡ୍ରିଡ୍‌,୩୧।୫(ଏଏଫ୍‌ପି)- ମ୍ୟାଚ୍‌ ଫିକ୍ସିଂ ଓ ଅର୍ଥ କାରବାରରେ ଜଡ଼ିତ ହୋଇଥିବାରୁ ପୂର୍ବତନ ସ୍ପାନିଶ ଅନ୍ତର୍ଜାତୀୟ ଖେଳାଳି ରଲ ବ୍ରାଭୋ ଓ ଅବସରପ୍ରାପ୍ତ କାର୍ଲୋସ ଆରାଣ୍ଡାଙ୍କୁ ପୋଲିସ ହେପାଜତକୁ ନେଇଛି। ଉଭୟଙ୍କୁ ଏବେ ଜେଲଦଣ୍ଡରୁ ବର୍ତ୍ତିବା ପାଇଁ ଜଣଙ୍କ ପିଛା ଏକ ଲକ୍ଷ ୟୁରୋ ପୈଠ କରିବାକୁ ନର୍ଦର୍ନ ସ୍ପେନ ସ୍ଥିତ ହୁଏସ୍କ ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାଥ ପ୍ରତ୍ୟେକଙ୍କୁ ଜେଲଦଣ୍ଡରୁ ମୁକ୍ତ ହେବା ପାଇଁ ୭୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଦେବାକୁ ପଡ଼ିବ। ଆହୁରି ୪ ଜଣଙ୍କୁ ପଚରାଉଚରା କରାଯିବା ପରେ ବେଲ୍‌ରେ ଛାଡ଼ି ଦିଆଯାଇଛି। ଏମାନଙ୍କ ମଧ୍ୟରେ ଚଳିତ ସିଜନରେ ଲା ଲିଗା ଲିଗ୍‌ ଟପ୍‌ ଡିଭିଜନ ଖେଳିଥିବା ଏସ୍‌ଡି ହୁଏସ୍କ କ୍ଲବର ସଭାପତି ମଧ୍ୟ ସାମିଲ ଥିଲେ। ଏମାନେ ୨୦୧୭-୧୮ ସିଜନରେ ମ୍ୟାଚ୍‌ ଫିକ୍ସିଂ କରିଥିବା ଅଭିଯୋଗ ହୋଇଥିଲା।

Share