Categories: ଜାତୀୟ

ପୋଲିସ ହେବ ତ ଏମିତି

ଜୟପୁର: ରାଜସ୍ଥାନ ପୋଲିସର ସହାୟକ ପୋଲିସ ନିରୀକ୍ଷକ(ଏଏସ୍‌ଆଇ)ପଦମ୍‌ ସିଂଙ୍କ କାର୍ଯ୍ୟ ନିଶ୍ଚୟ ପ୍ରେରଣାଦାୟକ। ସେ ୩୦୦ରୁ ଊର୍ଦ୍ଧ୍ୱ ଝିଅଙ୍କୁ ଉଦ୍ଧାର କରିଛନ୍ତି। ଏହା ଦ୍ୱାରା ଅନେକ ପରିିବାରକୁ ଖୁସି ଫେରାଇ ଦେବାରେ ସକ୍ଷମ ହୋଇଛନ୍ତି। ଜୟପୁର ପୋଲିସ କମିଶନରେଟର ଝୋଟବାଡା ଥାନାରେ ଏବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ମୁଖ୍ୟତଃ ଅପହୃତ ଓ ନିଖୋଜ ହେଉଥିବା ଝିଅମାନଙ୍କ କେସ୍‌କୁ ଗ୍ରହଣ କରି କେବଳ ଜୟପୁର ସହରରେ ଏଭଳି ୧୭୫ ଝିଅଙ୍କୁ ଉଦ୍ଧାର କରିଛନ୍ତି। ରାଜ୍ୟର ଅନ୍ୟ ଜିଲାରେ ଅପହୃତ ହୋଇଥିବା ୧୫୦ ଝିଅଙ୍କୁ ମଧ୍ୟ ଉଦ୍ଧାର କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ୧୯୭୮ରେ ସେ ୧୯ ବର୍ଷ ବୟସରେ ରାଜସ୍ଥାନ ପୋଲିସରେ ଯୋଗ ଦେଇଥିଲେ। ସେ ଇଞ୍ଜିନିୟରିଂ ଡିପ୍ଳୋମା କରିଥିଲେ ମଧ୍ୟ ପୋଲିସରେ ଯୋଗ ଦେଇଥିଲେ। ସେ ୩୧ ଡିସେମ୍ବରେ୨୦୧୯ରେ ଅବସର ନେବେ। ଦେଶର ବିଭିନ୍ନ ସହରକୁ ଯାଇ ସେ ଝିଅମାନଙ୍କ ଅପହରଣ ଘଟଣାରେ ସାମିଲ ଅପରାଧୀଙ୍କୁ ଧରିଛନ୍ତି। ଏଥିପାଇଁ ନେପାଳ ଓ କଶ୍ମୀର ଯାଏ ବି ଯାଇଛନ୍ତି। ଅବସର ନେବା ପରେ ଝିଅମାନେ ହଜିଗଲେ କି ଅପହୃତ ହେଲେ ସେମାନଙ୍କୁ ଖୋଜିବାରେ ପୋଲିସ ବିଭାଗକୁ ସାହାଯ୍ୟ କରିବେ ବୋଲି କହିଛନ୍ତି ପଦମ୍‌।

Share