ପୋଲ ଉପରେ ୫ଫୁଟ୍‌ର ବର୍ଷାପାଣି

ପାଟଣା,୨୫।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତର ନୂଆପଡ଼ା ଦେଇ ଯାଇଥିବା ସୀତା ନଦୀ ପୋଲ ଉପରେ ମଙ୍ଗଳବାର ଅପରାହ୍ନରୁ ୫ ଫୁଟ୍‌ର ବର୍ଷାଜଳ ପ୍ରବାହିତ ହୋଇଥିଲା। ଫଳରେ ପାଟଣା ବ୍ଲକରୁ ଘଟଗଁା ଓ ଢେଙ୍କିକୋଟକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଥିଲା। ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ସା ପର୍ଯ୍ୟନ୍ତ ପୋଲ ଉପରେ ପାଣି ଚାଲିଥିଲା। ଯାତାୟାତ କରି ନ ପାରି ନଦୀର ଉଭୟ ପାର୍ଶ୍ୱରେ ଲୋକେ ଅଟକି ରହିଥିଲେ।
ଅଧିକାଂଶ ସମୟରେ ଏହି ତଳୁଆ ପୋଲରେ ପାଣି ଚାଲୁଥିବାରୁ ୩ବର୍ଷ ତଳେ ଏକ ନୂତନ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ସମ୍ପୃକ୍ତ ଠିକାସଂସ୍ଥାର ଖାମଖିଆଲି, ବେପରୁଆ ମନୋଭାବ ପାଇଁ ନିର୍ମାଣାଧୀନ ପୋଲ ଅଧାପନ୍ତରିଆ ଅବସ୍ଥାରେ ରହିଥିବା ଲୋକେ ଅଭିଯୋଗ କରୁଛନ୍ତି। ନୂତନ ପୋଲ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।