ପୋଲ ତଳକୁ ଖସିଲା କାର୍‌: ଜଣେ ମୃତ ୩ ଗୁରୁତର

ବଡଗାଁ,୪।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ବାମରା ରାସ୍ତାରେ ବୁଧବାର ଅପରାହ୍ନରେ ଭାରସାମ୍ୟ ହରାଇ ପୋଲ ତଳକୁ କାର୍‌ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ହୋଇଛନ୍ତି। ମୃତକ ହେଲେ ସର୍ଗୀଡ଼ିହ ଗ୍ରାମର ବିରେନ୍ଦ୍ର ନାୟକ(୪୦), ଗୁରୁତର ହେଲେ ସର୍ଗୀଡ଼ିହି ଗ୍ରାମର ସୌମ୍ୟରଞ୍ଜନ ନାଏକ (୪୩), ରାଏଡି ଗ୍ରାମର ନରେନ୍ଦ୍ର ସା (୪୫), ଚେମଠାପଡ଼ା ଗ୍ରାମର ଭବାନୀ ଶଙ୍କର ଗୌଡ(୪୩)। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ବିରେନ୍ଦଙ୍କୁ ମୃତ ଘୋଷଣା କରିଥିଲେ।