Advertisement
Categories: କୋରାପୁଟ

ପୋଲ ତଳକୁ ଖସିଲା ଟ୍ରାକ୍ଟର, ୨ ମୃତ

ପଟ୍ଟାଙ୍ଗି,୨୫ା୮(ଡି.ଏନ୍‌.ଏ.): ପୋଲ ତଳକୁ ଟ୍ରାକ୍ଟର ଖସିପଡ଼ିବାରୁ ସେଥିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଞ୍ଚଳରେ ଶନିବାର ଏଭଳି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଅମ୍ପାବାଲି ପଞ୍ଚାୟତ ମୁସୁରିଗୁଡ଼ା ଗ୍ରାମର ଚିନ୍ତା ବାନି, କାରେସପାଡୁ ଗ୍ରାମର ବେଟକାରି ଭୀମ, ଗାଲୁଙ୍ଗୁ ବୋଇ ରାଜୁ ଶନିବାର ସନ୍ଧ୍ୟାରେ ଅମ୍ପାବାଲି ସିମେଣ୍ଟ କାରଖାନା ନିକଟସ୍ଥ ହୋଟେଲରୁ ଖାଇସାରି ପବିତ୍ର ଜାନିଙ୍କ ଟ୍ରାକ୍ଟରରେ ଘରକୁ ଫେରୁଥିଲେ। ବାଟରେ ଟ୍ରାକ୍ଟର ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ଚିନ୍ତାଙ୍କ ମୃତ୍ୟୁ ହୋଇଥିଲା। ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଉଥିବା ବେଳେ ବେଟକାରୀ ଆଖି ବୁଜିଥିଲେ। ଗାଲୁଙ୍ଗୁଙ୍କ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ସୁଙ୍କି ଡାକ୍ତରଖାନା ନିଆ ନଯାଇ ଆନ୍ଧ୍ରର ସାଲୁର ବ୍ଲକସ୍ଥିତ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରବିବାର ଦୁର୍ଘଟଣା ସମ୍ପର୍କରେ ଲିଖିତ ଏତଲା ହେବା ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ବିଧାୟକ ପ୍ରୀତମ ପାଢ଼ୀ ଥାନାରେ ପହଞ୍ଚତ୍ ପୋଲିସ ସହ ଆଲୋଚନା କରିଥିଲେ। ପୋଲିସ ୨ଟି ମୃତଦେହ ଜବତ କରି ଏହାର ବ୍ୟବଚ୍ଛେଦ କରାଇବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel