ପୋଲ ତଳକୁ ଖସିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ : ଡ୍ରାଇଭର ଆହତ

କୋରୁକୋଣ୍ଡା,୨୫।୮(ଡି.ଏନ୍‌.ଏ.) : ମାଲକାନଗିରି ଜିଲା କୋରୁକୋଣ୍ଡା ପୋଲ ନିକଟରେ ଏକ ଚାଉଳ ବୋଝେଇ ଟ୍ରକ ଖସିପଡ଼ିଥିବା ବେଳେ ଡ୍ରାଇଭର ଆହତ ହୋଇଛନ୍ତି। ମିିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ ଏକ ଟ୍ରକ୍‌ରେ (ଓଆର ୨୫ – ଏ- ୩୮୮୧) ପିଡିଏସ୍‌ ଚାଉଳ ବୋଝେଇ ହୋଇ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପଟ୍ରେଲ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ସମୟରେ କୋରୁକୋଣ୍ଡା ପୋଲଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଡ୍ରାଇଭର କିରଣ ପୂଜାରୀଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଟ୍ରକ୍‌ରେ ଥିବା ୩୦୦ ବସ୍ତା ଚାଉଳକୁ ଅନ୍ୟ ଏକ ଟ୍ରକ୍‌ ସାହାଯ୍ୟରେ ପଟ୍ରେଲ ପଞ୍ଚାୟତ କାର୍ଯ୍ୟାଳୟକୁ ପଠାଯାଇଥିବା ଜଣାପଡ଼ିଛି।