Advertisement

ପୋଲ ତଳୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ସାହି କଳିକୁ ନେଇ ହତ୍ୟା ସନ୍ଦେହ

କେନ୍ଦୁଝର,୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳଜାଗର ଗ୍ରାମ ନିକଟରେ ଥିବା ପୋଲ ତଳୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ତଳଜାଗର ଗ୍ରାମର କବି ଦେହୁରି (୫୦) ବୋଲି ଜଣାପଡିଛି। ସାହିରେ ହୋଇଥିବା ଝଗଡାକୁ ନେଇ ତାଙ୍କୁ ହତ୍ୟା କରି ପୋଲ ତଳକୁ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଏ ନେଇ ଜଣଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରାଯାଉଛି। ଏହା ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସଦର ଥାନା ଅଧିକାରୀ କହିଛନ୍ତି। ଏହା ସହ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share