ପୋଲ ନିର୍ମାଣ ହେଉନି: ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ପିଲା

ଫିରଙ୍ଗିଆ, ୧୫ା୮-ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମ ଗାଟେଣୀ ନାଳ ଉପରେ ପୋଲ ନିର୍ମାଣ ହେଉନି ା ଫଳରେ ଟେଲାପାଲି, ଶିକୁଳିପଦର, ସିମିଝରି ଗ୍ରାମର ଲୋକେ ହଇରାଣ ହେଉଛନ୍ତି। ଟେଲାପାଲି ବଜାରକୁ ଆସି ଫିରିଙ୍ଗିଆ କିମ୍ବା ଫୁଲବାଣୀ ଯିବାକୁ ହେଲେ ନାଳ ପାର ହେବାକୁ ପଡୁଛି ା ମୁଖ୍ୟତଃ ଅଧିକ ସମସ୍ୟା ଭୋଗୁଛନ୍ତି ସ୍କୁଲ ପିଲାମାନେ ା ଏହି ଗ୍ରାମର ପିଲାମାନେ ଟେଲାପାଲି ସେବାଶ୍ରମକୁ ପ୍ରତିଦିନ ନଦୀ ପାର ହୋଇ ଆସୁଛନ୍ତି। ପୋଲ ନିର୍ମାଣ ନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ ା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ା
ଡିଣ୍ଡିରାଗାଁ ପଞ୍ଚାୟତର ଶିକୁଲିପଦର ଗ୍ରାମବାସୀ ବର୍ଷା ଦିନ ଆସିଲେ ଛାନିଆ ହୋଇପଡ଼ନ୍ତି। ଗ୍ରାମରେ ୧୫୦ରୁ ଉର୍ଦ୍ଧ୍ୱ ଲୋକେ ବସବାସ କରୁଛନ୍ତି। ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଚାଲି ଚାଲି ୬ କିମି ପାହାଡ ଡେଇଁ ସେମାନଙ୍କୁ ଯିବାକୁ ପଡିଥାଏ ା ବିଲ ହିଡ ପାଦ ଚଲା ରାସ୍ତାକୁ ଯେଉଁ ନାଳ ସଂଯୋଗ କରୁଛି ସେଥିର ଥିବା ଶଂଖ(ପୋଲ) ଭାଂଗି ଯାଇଛି ା ଆଜି ପର୍ଯ୍ୟ‘ ନୂଆ ଶଂଖ ନିର୍ମାଣ ହେଉନାହିଁ ା ଏବେ ନାଳରେ ଅଧିକ ପାଣି ା ପିଲାମାନେ ବାଧ୍ୟ ହୋଇ ନାଳ ଭିତରେ ପସି ଟେଲାପାଲି ସ୍କୁଲକୁ ଯାଉଛ‘ି ା ସେହିପରି ଗ୍ରାମର ଲୋକେ ନାଳ ପାର ହୋଇ ଫିରିଂଗିଆ କିମ୍ବା ଫୁଲବାଣୀକୁ ଯାତାୟତ କରୁଛ‘ି ା ଏହି ଶଂଖ ପାଖରୁ ହିଁ ସବୁଦିନିଆ ରାସ୍ତା ଅନ୍ୟ ଆଡକୁ ଲମ୍ବିଛି ା ଗର୍ଭବତୀ ମହିଳାଙ୍କୁ ମେଡିକାଲ ଆଣିବାକୁ ହେଲେ ପ୍ରଥମେ ଭାରରେ ହିଡ ରାସ୍ତା ଦେଇ ନଦୀ ପାର ହେବାକୁ ପଡୁଛି ା ପ୍ରାୟ ୧୫ ବର୍ଷ ପୂର୍ବେ ପୋଲ ଭାଂଗି ଯାଇଛି ା ଆମେ ନାଳରେ ପସି ଯିବାକୁ ବାଧ୍ୟ ହେଉଛୁ ା ବର୍ଷା ଦିନରେ ପାହାଡ ଡେଇଁ ସରୁକୋଇ ଦେଇ ପଂଚାୟତ କାର୍ଯ୍ୟାଳୟ ସମେତ ବଜାରକୁ ଯାଇଥାଉ ା ଏହି ସମୟରେ କାହାର ଦେହ ଖରାପ ହେଲେ କଥା ସରିଲା ା କାନ୍ଧରେ ଭାର କରି ନେବାକୁ ପଡିଥାଏ ା ଯାହା ଅତ୍ୟ‘ କଷ୍ଟକର ା ତେଣୁ ସରକାର ଏବଂ ପ୍ରଶାସନ ସମସ୍ୟାର ସମାଧାନ କରିବା ନିହାତି ଦରକାର ବୋଲି ୱାର୍ଡମେମ୍ବର ପ୍ରଦୀପ ସାହାଣୀ, ବଡଣା କହଁର, ରୀନା କହଁର, ନଳିନୀ କହଁର, ସୁବାସିନୀ କହଁର, ଦିଲ୍ଲୀପ କହଁର, ପିତବାସ କହଁର ପ୍ରମୁଖ ପ୍ରକାଶ କରିଛ‘ି ା