ପୋଲ ସଂଯୋଗୀକରଣ ରାସ୍ତା ଦବିଲା

ଦାରିଙ୍ଗବାଡ଼ି,୧୯।୭(ଡି.ଏନ.ଏ)- ଦାରିଙ୍ଗବାଡ଼ିଠାରୁ ବ୍ରାହ୍ମଣୀଗଁାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଦବି ଯାତାୟାତରେ ସମସ୍ୟା ଦେଖାଯାଇଛି। ଦାରିଙ୍ଗବାଡ଼ି ଚାରିଛକଠାରୁ ପ୍ରାୟ ଦେଢ଼ କିମି ଦୂର କଲେଜ ନିକଟ ପୋଲର ସଂଯୋଗୀକରଣ ରାସ୍ତା ଦବି ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ମରାମତି କରା ନଯାଇ ବିଭାଗ ପକ୍ଷରୁ କେବଳ ପଥର ମାଟି ଦେଇ ଚିହ୍ନଟ କରି ଛଡ଼ାଯାଇଛି। ଦିନ ଅପେକ୍ଷା ରାତିରେ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟିବା ଅଧିକ ଆଶଙ୍କା ରହିଛି। ସେହି ରାସ୍ତା ଦେଇ ଦାରିଙ୍ଗବାଡ଼ିଠାରୁ ବ୍ରାହ୍ମଣୀଗାଁ, ଗଜପତି ଜିଲା ମୋହନା, ବ୍ରହ୍ମପୁରକୁ ବସ ଚାଳଚଳ ସହ ଭାରିଯାନ ଯାତାୟାତ କରିଥାଏ। ବିଭାଗ ପକ୍ଷରୁ ତୁରନ୍ତ ଉକ୍ତ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା ବସ୍‌ ମାଲିକ ଦିଲୀପ କୁମାର ସାହୁ କୁହନ୍ତି, ଉକ୍ତ ପୋଲରେ ବସ୍‌ ଚଳାଚଳ ସମୟରେ ଭୟ ଲାଗୁଛି। ଏନେଇ ବିଭାଗୀୟ ଯନ୍ତ୍ରୀ ପ୍ରଦୀପ କୁମାର ସ୍ବାଇଁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ମରାମତି ପାଇଁ ୩ଲକ୍ଷ ଟଙ୍କାର ଅଟକଳ କରାଯାଇ ପଠାଯାଇଛି। ଅନୁମୋଦନ ହୋଇ ଆସିଲେ କାମ ହେବ। ବର୍ଷା ଯୋଗୁ ଆବଶ୍ୟକ ମରାମତି କରାଯାଇ ପାରିନାହିଁ,
ଛାଡ଼ିଲେ ମରାମତି ହେବ।

Share