Categories: ଫୁରସତ

ପୋଷା କୁକୁରକୁ ବାହାରେ ନ ବୁଲାଇଲେ ଏଠାରେ ଦେବାକୁ ପଡ଼େ ଜରିମାନା

ଆଜିକାଲି ସମୟରେ ଅଧିକାଂଶ ଲୋକ ଘରେ କୁକୁର ପାଳିବାକୁ ପସନ୍ଦ କରୁଛନ୍ତି। କୁକୁର ପାଳିଲେ ସେମାନଙ୍କର ମଣିଷ ପରି ଯତ୍ନ ନେବା ମଧ୍ୟ ଦରକାର। ସକାଳୁ ବାହାରକୁ ବୁଲାଇ ନେବା, ବ୍ରଶ କରାଇବା, ଖାଇବାକୁ ଦେବା, ଗାଧୋଇ ଦେବା ଆଦି କରିବାକୁ ପଡ଼ିଥାଏ। ଏପରିକି ସେମାନେ ରହୁଥିବା ଘର ସଫା କରିବା, ସ୍ବାସ୍ଥ୍ୟ ଭଲ ରହିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଆଦି ନିହାତି ଜରୁରୀ। ସକାଳୁ ଉଠିଲେ ମାଲିକମାନେ କୁକୁରକୁ ସାଧାରଣତଃ ବାହାରକୁ ବୁଲାଇ ନେଇଥାନ୍ତି। କିନ୍ତୁ କିଛି ଲୋକ କୌଣସି କାରଣ ବଶତଃ ବାହାରକୁ ନେଇ ପାରନ୍ତି ନାହିଁ। ତେଣୁ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିଥାଏ।

ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଅଜବ ନିୟମ ରହିଛି ଅଷ୍ଟ୍ରେଲିଆର କାନ୍‌ବେରାରେ। ଏହି ନିୟମ ଅନୁସାରେ ଦିନ ଭିତରେ ପୋଷା କୁକୁରକୁ ଅତି କମ୍‌ରେ ୨/୩ ଥର ବାହାରକୁ ବୁଲାଇ ନେବା ଜରୁରୀ। ଯଦି କେହି ଏହି ନିୟମ ପାଳନ ନ କରନ୍ତି ତେବେ ସେମାନଙ୍କୁ ୪ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ ପୋଷା କୁକୁରଙ୍କ ଖାଇବା,ପିଇବା, ରହିବାରେ କୌଣସି ଅସୁବିଧା ଦେଖାଦେଲେ ବି ଜରିମାନା ଦେବାକୁ ପଡ଼ିଥାଏ। ସବୁଠୁ ଅଜବ ନିୟମ ହେଲା ୨୪ ଘଣ୍ଟା ଭିତରେ ୨ ଘଣ୍ଟା ପାଇଁ କୁକୁରକୁ ବାହାରକୁ ବୁଲାଇ ନେବା ବାଧ୍ୟତାମୂଳକ। ଏହା ସହିତ ବିରାଡ଼ି ପାଳୁଥିବା ଲୋକ ମଧ୍ୟ ଏହି ନିୟମ ପାଳନ କରିବା ଜରୁରୀ ଅଟେ।

Share