Categories: ଜାତୀୟ

ପୋଷା କୁକୁରର ପଞ୍ଜିକରଣ ନ କଲେ ଦେବାକୁ ପଡ଼ିବ ଜରିମାନା !

ଗାଜିଆବାଦ,୨।୩: ପୋଷା କୁକୁର ପଞ୍ଜିକରଣ ନ କଲେ ଏଣିକି ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ଉତ୍ତରପ୍ରଦେଶର ଗାଜିଆବାଦରେ ପୋଷା କୁକୁର ପଞ୍ଜିକରଣ ମଡ଼େଲ ସଫଳ ରହିଛି। ଏହାକୁ ଦୃଷ୍ଟିରେ ରଖି ମିରଠ, କାନପୁର ଓ ବାରାଣାସୀ ନଗର ନିଗମ ପକ୍ଷରୁ ଏହି ମଡ଼େଲ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ଏହି ୩ ସହର ଗାଜିଆବାଦ ନଗର ନିଗମ ସହିତ ଯୋଗାଯୋଗ କରିଛନ୍ତି। ଗାଜିଆବାଦରେ ଚଳିତ ବର୍ଷ ଫେବୃୟାରୀରେ ପୋଷା କୁକୁର ପଞ୍ଜିକରଣ ଲାଗି ମୋବାଇଲ୍‌ ଆପ୍‌ର ପ୍ରଚଳନ କରାଯାଇଥିଲା। ଇତିମଧ୍ୟରେ ୨୫୫ ମାଲିକ ସେମାନଙ୍କ ପୋଷା କୁକୁରର ପଞ୍ଜିକରଣ କରି ସାରିଛନ୍ତି। ଏହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ। ତେବେ ଧାର୍ଯ୍ୟ ସମୟ ସୀମା ପରେ ପୋଷା କୁକୁରର ପଞ୍ଜିକରଣ କରି ନ ଥିବା ମାଲିକଙ୍କ ଉପରେ ଜରିମାନା ଲାଗୁ ହେବ ବୋଲି ଗାଜିଆବାଦ ନଗର ନିଗମ ପକ୍ଷରୁ କୁହାଯାଇଛି।

Share