ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କଲେ ମହିଳା

ଓ୍ବାଶିଂଟନ,୧୮।୨: ଆମେରିକାରେ ଜଣେ ମହିଳା ନିଜ ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କରିଛନ୍ତି। ସ୍ଥାନୀୟ ମିସିଗାନରେ ବାସ କରୁଥିବା ରୋନିକା ଫ୍ରୋଇସେ ନିଜ ଘୋଡ଼ା ଫ୍ରେକଲ୍‌ ବଟ୍‌ ଫେଡ୍‌ ସହିତ ବିମାନରେ ପ୍ରଥମ ଶ୍ରେଣୀରେ ଯାତ୍ରା କରିଛନ୍ତି। ଏବେ ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଜାରି ରହିଛି। ରୋନିକା ଟୁଇଟରରେ ସେମାନଙ୍କ ବିମାନ ଯାତ୍ରା ସମୟର ଏକ ୪୫ ସେକେଣ୍ଡର ଭିଡ଼ିଓ  ଅପଲୋଡ୍‌ କରିଛନ୍ତି। ଘୋଡ଼ାଟି ରୋନିକାଙ୍କ ହାତ ଚାଟୁଥିବାରୁ ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଛୋଟ ଘୋଡ଼ାଟି ରୋନିକାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା କିଛି ସାମଗ୍ରୀ ବୋହି ନେବାରେ ସହାୟତା କରିଥାଏ। ଫେବୃୟାରୀ ୭ରେ ରୋନିକା ଘୋଡ଼ା ସହିତ ଗେଲାର୍ଡ ଆର୍‌ ଫୋର୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତ୍ରା କରିଥିଲେ।

Share