ପୋଷା ଜୀବଜନ୍ତୁଙ୍କୁ ବାହାରକୁ ତଡ଼ି ଦିଅନ୍ତୁ ନାହିଁ, ଘରେ ରଖନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୧୯।୩(ବ୍ୟୁରୋ): କରୋନା ସଂକ୍ରମଣର ଭୟ ଆଶଙ୍କାରେ ଲୋକମାନେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ବନ୍ଦ କରିଦେଲେଣି। ହେଲେ ଏହାକୁ ଖାଇବାରେ କୌଣସି ଅସୁବିଧା ନାହିଁ। ଏହାକୁ ରାନ୍ଧିବା ସମୟରେ ପରିଷ୍କାର ରହିବାର ଆବଶ୍ୟକତା ରହିଛି। ଏହାଛଡ଼ା ଘରେ ଥିବା ପୋଷା ଜୀବଜନ୍ତୁକୁ ବାହାର କରିଦିଅନ୍ତୁ ନାହିଁ। ପରିବାରର ସଦସ୍ୟ ଭଳି ସେମାନଙ୍କୁ ଘରେ ରଖନ୍ତୁ ବୋଲି ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।ଏହାଛଡ଼ା ଶୁକ୍ରବାର ଅର୍ଥାତ ମାର୍ଚ୍ଚ ୨୦ଠାରୁ ରାଜ୍ୟର ସମସ୍ତ ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ବନ୍ଦ ରହିବ। ଏହାଛଡ଼ା ଭିତରକନିକା, ବଟାନିକାଲ ଗାଡେନ ପ୍ରଭୃତି ବନ୍ଦ ରହିବ ବୋଲି ସେ କହିଛନ୍ତି।

Share