Categories: ଜାତୀୟ

ପୋଷ୍ଟପେଡ୍‌ ସେବା ଆରମ୍ଭର କିଛି ସମୟ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ: ଅଗଷ୍ଟ, ସେପ୍ଟେମ୍ବରର ବିଲ୍‌ ମାଗୁଛି କମ୍ପାନୀ

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀରରେ ଦୀର୍ଘ ଦିନର ଅପେକ୍ଷା ଅର୍ଥାତ୍‌ ୭୨ ଦିନ ପରେ ପୋଷ୍ଟପେଡ୍‌ ସେବା ଆରମ୍ଭ ହୋଇଛି। ସୋମବାରରୁ ଏହାର ଲାଭ ୪୦ ଲକ୍ଷ ପୋଷ୍ଟପେଡ ମୋବାଇଲ ଉପଭୋକ୍ତା ଉଠାଇପାରିବେ ବୋଲି ସରକାର କହିଥିଲେ। ହେଲେ ଆରମ୍ଭ ହେବାର କିଛି ସମୟ ମଧ୍ୟରେ ମଙ୍ଗଳବାର ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡ଼ିଛି। ଅଗଷ୍ଟ ଓ ସେପ୍ଟେମ୍ବରର ବିଲ୍‌ ଦେଇ ନ ଥିବାରୁ ହଜାର ହଜାର ଲୋକଙ୍କ ଫୋନ ସଂଯୋଗକୁ ଟେଲିକମ୍‌ କମ୍ପାନୀ କାଟିଦେଇଛନ୍ତି। ଅନ୍ୟପଟେ ୨୦ଲକ୍ଷ ପ୍ରିପେଡ ମୋବାଇଲ୍‌ ଏବେ ବି କାମ କରୁ ନ ଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ ରହିଛି। ଦୀର୍ଘ ଦିନ ଧରି ମୋବାଇଲ ସେବା ବନ୍ଦ ରହିଥିବାରୁ ଉପଭୋକ୍ତାମାନେ ବିଲ୍‌ ଦେୟ କରିପାରୁନାହାନ୍ତି। ଏଥିଯୋଗୁ ଟେଲିକମ୍‌ କମ୍ପାନୀ ତାଙ୍କର ସଂଯୋଗକୁ କାଟି ଦେଇଛନ୍ତି। କେବଳ ସେତିକି ନୁହେଁ ସେମାନଙ୍କୁ ଅନ୍ୟ କୌଣସି ବିକଳ୍ପ ସୁବିଧା ମଧ୍ୟ ଯୋଗାଇ ଦିଆଯାଇ ନ ଥିବା ସୂଚନା ରହିଛି।

Share