ପୋଷ୍ଟମ୍ୟାନ୍‌ଙ୍କୁ ଗାଁରେ ପୂରାଇ ଦେଲେନି ଲୋକେ

କୃଷ୍ଣପ୍ରସାଦ,୧୧ା୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଗାଁ ଗାଁରେ ଲକ୍‌ଡାଉନ। ଗଁ। ମୁଣ୍ଡରେ ବାଉଁଶ ବତାରେ ବାଡ଼ ବାନ୍ଧି କୌଣସି ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି। ଏପରିକି ଅତି ଜରୁରୀ କାର୍ଯ୍ୟ କରୁଥିବା ପୋଷ୍ଟମ୍ୟାନଙ୍କୁ ମଧ୍ୟ ଗାଁରେ ପ୍ରବେଶ ପାଇଁ ଅନୁମତି ଦେଉନାହାନ୍ତି। ଏଥିଯୋଗୁ ପୋଷ୍ଟମ୍ୟାନଙ୍କୁ ହଇରାଣ ହେବାକୁ ପଡୁଛି। ଏଭଳି ଘଟଣା ଘଟିଛି ମାଲୁଦ ଶାଖା ଡାକଘର କର୍ମଚାରୀଙ୍କ କ୍ଷେତ୍ରରେ। ମାଲୁଦ ଶାଖାର କର୍ମଚାରୀ ହମ୍‌ସର ଖାନ୍‌ ଏକ ଜରୁରୀ ଚିଠି ନେଇ ମାଲୁଦ ପଞ୍ଚାୟତ ଅଧୀନ ନଳିତାକୁଦି ଗାଁକୁ ଯାଇଥିଲେ। ଗ୍ରାମବାସୀ ଗାଁ ମୁଣ୍ଡରେ ବାଡ଼ ବାନ୍ଧି ଜଗି ରହିଥିବା କେତେଜଣ ଲୋକ ତାଙ୍କୁ ଗ୍ରାମକୁ ପ୍ରବେଶ କରାଇ ଦେଇ ନ ଥିଲେ। ଫଳରେ ସେ ଫେରିଯିବାକୁ ବାଧ୍ୟ ହୋଇଥିଲେ।

Share