ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଆକ୍ରମଣ

ଭଦ୍ରକ ଅଫିସ, ୨୩।୪ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଗ୍ରାମରେ ରବିବାର ନିର୍ଦ୍ଦିଷ୍ଟ ଏକ ଦଳର ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଏକ ପରିବାର ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏ ନେଇ ଆକ୍ରମଣର ଶିକାର ହୋଇଥିବା ନିରାକର ଯେନା ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ସୂଚନା ମୁତାବକ ଉକ୍ତ ଗଁାର ୪ ଜଣ ବ୍ୟକ୍ତି ଏକତ୍ର ହୋଇ ନିରାକରଙ୍କ ଘର କାନ୍ଥରେ ପୋଷ୍ଟର ଲଗାଇବାକୁ ଚାହୁଁଥିଲେ। ତାଙ୍କ ମା’ ପାକ ଓ ଭାଇ ନିର୍ମଳ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ସଂଘବଦ୍ଧ ଭାବେ ୪ ଜଣ ଆକ୍ରମଣ କରିଥିଲେ। ପରିବାର ଲୋକଙ୍କଠାରୁ ଖବର ପାଇ ନିରାକର ଘରେ ପହଞ୍ଚି ଆକ୍ରମଣକାରୀଙ୍କୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ତାଙ୍କ ମା’ ଓ ଭାଇଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ସେ କହିଛନ୍ତି।