ପୋଷ୍ଟ ଅଫିସ୍‌ ଜମା ଟଙ୍କା ଫେରସ୍ତ ଦାବି: ଅଧିକ୍ଷକଙ୍କୁ ଘେରିଲେ ଜମାକାରୀ

ଆସିକା,୨୫ା୭(ଡି.ଏନ୍‌.ଏ.)- ଆସିକା ଡାକ ମଣ୍ଡଳର କବିସୂର୍ଯ୍ୟନଗର ସବ୍‌ପୋଷ୍ଟ ଅଫିସ୍‌ ଶିଆଳିଆ ଶାଖା ଡାକଘରେ ଜମାକାରୀଙ୍କ ଟଙ୍କା ହେରଫେର୍‌ ହୋଇଥିବା ନେଇ ଜମାକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ପକ୍ଷରୁ ଗତ ୨୦୧୮ ଜୁଲାଇ ୫ରୁ ଏହି ଅଭିଯୋଗ ଜମାକାରୀମାନେ ଆସିକାସ୍ଥିତ ଡାକମଣ୍ଡଳ ଅଧିକ୍ଷକଙ୍କ ନିକଟରେ ଦାଖଲ କରିଥିଲେ। ମାତ୍ର ଅଦ୍ୟାବଧି ଏହାର ସମାଧାନ ହୋଇପାରି ନ ଥିବାରୁ ଜମାକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୁରୁବାର ୨୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଜମାକାରୀ ଆସିକାସ୍ଥିତ ମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ସେମାନଙ୍କ ଜମା ଟଙ୍କା ମିଳିଲେ ହିଁ ଅଫିସ୍‌ ଛାଡିବେ ବୋଲି ଅଡି ବସିଥିଲେ। ଯଥାଶୀଘ୍ର ସେମାନଙ୍କ ଟଙ୍କା ଫେରସ୍ତ ଦିଗରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସହକାରୀ ଅଧିକ୍ଷକ ଜବାହାର ରାଓ ପ୍ରତିଶ୍ରୁତି ଦେବା ପରେ ଜମାକାରୀମାନେ ଫେରିଥିବା ଜଣାଯାଇଛି।

Share