Categories: ବାଣିଜ୍ୟ

ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ,୨-୧୧: ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଦେବାକୁ ପଡୁଥିବା ଫିସ୍‌ ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗିବନି। ଅଥରିଟି ଫର ଆଡଭାନ୍ସ ରୁଲିଂ(ଏଏଆର୍‌)ର ମହାରାଷ୍ଟ୍ର ବେଞ୍ଚ ନିର୍ଦ୍ଦେଶରେ ଏହା କହିଛନ୍ତି। ନେରୁଲ ଚାରିଟେବୁଲ ଟ୍ରଷ୍ଟର ଏକ ମାମଲା ଉପରେ ବିଚାର କରି ଏଏଆର୍‌ କହିଛନ୍ତି ଯେ, ଶିଶୁ କୌଣସି ସାମଗ୍ରୀ ହୋଇ ନ ଥିବା ବେଳେ ପୋଷ୍ୟ ଭାବେ ଗ୍ରହଣ କରୁଥିବା ପିତାମାତା କୌଣସି ଏଜେନ୍ସିଠାରୁ ସେବା ଗ୍ରହଣ କରୁ ନାହାନ୍ତି। ବର୍ତ୍ତମାନର ନିୟମ ମୁତାବକ କୌଣସି ଭାରତୀୟ ଯଦି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହାନ୍ତି ତେବେ ତାଙ୍କୁ ୪୦ ହଜାର ଟଙ୍କା ଦେବାକୁ ପଡୁଛି। ବିଦେଶୀଙ୍କ କ୍ଷେତ୍ରରେ ଏହା ୫ ହଜାର ଡଲାର ରହିଛି। ଏହା ଉପରେ ଶୁଳ୍କ ଦେବାକୁ ପଡୁଛି। ଯାହାକୁ ବାଦ ଦେବା ଲାଗି ଏଏଆର୍‌ ନିର୍ଦ୍ଦେଶ ଦେଇଛନ୍ତି।

Share