Categories: ଅନୁଗୋଳ

ପୌରପାଳିକା ଯୋଗଦେଲେ ନୂତନ ଇଓ:ସହର ପରିମଳ ପ୍ରଥମ ଲକ୍ଷ୍ୟ

ଅନୁଗୋଳ ଅଫିସ, ୨୪।୯

ରେମୁଣାରେ ଆଡିଶନାଲ ତହସିଲଦାର ଥିବା ବିନୋଦ ଚନ୍ଦ୍ର ପଣ୍ଡା ସୋମବାର ଅନୁଗୋଳ ପୌରପାଳିକାରେ ନୂତନ ନିର୍ବାହୀ ଅଧିକାରୀ (ଇଓ) ଭାବେ ଯୋଗଦେଇଛନ୍ତି। ନାଲ୍‌କୋ ଭୂ-ଅର୍ଜନ ଅଧିକାରୀ ତଥା ପୌରପାଳିକା ଇଓ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ସୁବ୍ରତ କୁମାର ବେହେରାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପରେ ନୂତନ ନିର୍ବାହୀ ଅଧିକାରୀ ପୌର କର୍ମଚାରୀଙ୍କୁ ଡାକି ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପୌରପାଳିକାର ପରିମଳ ବ୍ୟବସ୍ଥାରେ ପୂଜା ପୂର୍ବରୁ କିପରି ପରିବର୍ତ୍ତନ ଅଣାଯାଇ ପାରିବ ସେଥିପାଇଁ ଉଦ୍ୟମ କରିବେ ବୋଲି ନୂତନ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।