ପୌରାଞ୍ଚଳରେ ପନିପରିବାର ହୋମ୍‌ ଡେଲିଭରି

ବାରିପଦା ଅଫିସ, ୩୦ା୩- କୋରନା ଭାଇରସ୍‌ ପ୍ରତିରୋଧ ପାଇଁ ସତକର୍ତାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ବାରିପଦା ପୌରାଞ୍ଚଳରେ ପନିପରିବାର ହୋମ ଡେଲିଭରି ବ୍ୟବସ୍ଥା କରାଯାଇଛି। ମୟୂରଭଞ୍ଜ ଫଳ ଓ ପନିପରିବା ଚାଷୀ ପ୍ରଡ୍ୟୁସର କମ୍ପାନୀ ଦ୍ୱାରା ପରିଚାଳିତ ମୟୂରଫ୍ରେସ୍‌ ବାରିପଦା ପକ୍ଷରୁ ସ୍ବତନ୍ତ୍ର ଏକ ଭ୍ରାମ୍ୟମାଣ ଗାଡିରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ପୌରାଞ୍ଚଳର ପ୍ରତି ୱାର୍ଡରେ ଏହି ସୁବିଧା ପହଞ୍ଚିବ ଏବଂ ପୌରାଞ୍ଚଳବାସୀ ଆବଶ୍ୟକୀୟ ଅନୁଯାୟୀ ପନିପରିବା ସୁଲଭ ମୂଲ୍ୟରେ ପାଇ ପାରିବେ। ଏଥିପାଇଁ ହ୍ବାଟସ୍‌ଆପ୍‌ ନଂ.୯୮୬୧୫୦୯୮୯୬ରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି।

Share