ପୌର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର

ଭଦ୍ରକ ଅଫିସ, ୨୭।୫-ଭଦ୍ରକ ପୌରପାଳିକା କାଉନସିଲ ବୈଠକ ପରେ ଶୁକ୍ରବାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ବୈଠକ ସରିବା ପରେ କୌଣସି କାରଣକୁ ନେଇ ଜଣେ ବ୍ୟକ୍ତି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ ତାଙ୍କ ଚ୍ୟାମ୍ବରରେ ଦୁର୍ବ୍ୟବହାର କରିଥିଲେ। ଏପରିକି ତାଙ୍କୁ ମାଡ଼ ମାରିବା ପାଇଁ ଉଦ୍ୟମ କରିବା ବେଳେ ସେ ଚ୍ୟାମ୍ବରରୁ ଦୌଡ଼ି ପଳାଇଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ କରାଯାଇଛି।

Share