ଅତାବିରା, ୧୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍ ସରକାର ଗଁାଗଁଲିରୁ ସହର ତକ୍ ସବୁ ଲୁକ୍କୁ ନିରମଲ ପିଇଲା ପାଏନ୍ ଯୁଗେଇ ଦେବାର ଲାଗି ଅନେକ ଯୋଜନା କାଯ୍କାରୀ କରୁଛନ୍। ହେଲେ ଦାଇତିଅରେ ଥିବାର ଅଧ୍କାରୀ, କରମ୍ଚାରୀ, ଜନପରତିନିଧିମାନକର ଅଁାତରିକତା ଅଭାବୁ ସରକାରକଁର ଇ ମହତ୍ ଯୋଜନା ଅନେକ ଜାଗାରେ ବାଟବନା ହେଉଛେ। ଏନ୍ତା ଗୁଟେ ଘଟନା ଦେଖ୍ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତରେ। ଇ ପଁଚେତ୍ର ପାଲିବୁଗବୁଗାନେ ଗଁାବାସୀକୁ ପିଇଲା ପାଏନ୍ ଯୁଗେଇ ଦେବାର ଉଧେ ବଛ୍ରେ ହେଲା ଗୁଟେ ଓଭରହେଡ଼ ଟ୍ୟାଙ୍କ ତିଆର ହେଇଛେ। ହେଲେ କାଯ୍କ୍ଷମ ନାଇଁ ହେଇପାରି।
ସୂଚନା ହିସାବେ ଝାଉଁଯୋର ପିଇଲା ପାଏନ୍ ପ୍ରକଳ୍ପରୁ ଆଗରୁ ବୁଗବୁଗା, ପାଲିବୁଗବୁଗା, ଗମ୍ଭାଟିକ୍ରା ଏନ୍ଥେଇ ୩ଖଁଡ଼ ଗଁାର ପାଖାପାଖି ୫ ହଜାର ଲୁକ୍କୁ ପାଇପ୍ ପାଏନ୍ ଯୁଗେଇ ଦିଆଯାଉଥିଲା। ହେଲେ ଗଲା ବଛର ଦୂଷିତ ପାଏନ୍ ବେଭାର ଲାଗି ପାଲିବୁଗବୁଗା ଗଁାରେ ଝାଡ଼ାବଁାତି ରୋଗ୍ ବହପିଥିଲା। ଇଥ୍ରେ ଶହ ଶହ ଲୋକ୍ ଆକ୍ରଁାତ ହେବାର ସଂଗେ ବିପିନ ରଣା(୪୫)କଁର ଜୀବନ୍ ଯାଇଥିଲା। ସେ ଦିନ୍ଠାନୁ ଇ ପ୍ରକଳ୍ପକେ ବଁଦ୍ କରିଦିଆଗଲା। ସେ ସମିଆରେ ଇ ବାବ୍ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଟିକିନିଖିନୁ ଖବର ବାହାରିଥିଲା। ଗଁାକେ ସୁଆସ୍ତିଅ ବିଭାଗ କରମ୍ଚାରୀ ଆର ପରଶାସନିକ ଅଧ୍କାରୀକଁର ଧାର ଲମିଥିଲା। ଶେଷେ ପରଶାସନ ଇ ୩ ଖଁଡ଼ ଗଁାବାସୀକର ପିଇଲା ପାଏନ୍ ସୁବିଧା ଲାଗି ୨୫ ଲାଖ୍ ଟଁକା ଖରଚ୍ରେ ଗୁଟେ ନୂତନ ପାଏନ୍ ପ୍ରକଳ୍ପ ପାଲିବୁଗବୁଗାନେ ତିଆର କରବାର ନିଷପତି ନେଇଥିଲା। ଇ ପ୍ରକଳ୍ପ ତିଆରି ସରିଛେ, ନିରବାଚନ ଆଗରୁ ତତ୍କାଲିନ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରକଳ୍ପର ଉଦ୍ଘାଟନ ବି କରିଥିଲେ। ହେଲେ ଆଏଜ୍ତକ ଗଁାବାସୀ ପ୍ରକଳ୍ପରୁ ପାଏନ୍ ପାଏବାରୁ ବଁଚିତ୍ ହେଇ ରହିଛନ୍। ୩ ଖଁଡ଼ ଗଁାର ଲୋକ୍ ଇ ମୁଡ଼ଫଟା ଖରା ତାତିରେ ସିଝୁଥିଲା ବେଲେ ପିଇଲା ପାଏନ୍ ଲାଗି ଡହକ୍ବିକଲ ହେଉଛନ୍। ଏନ୍ତାଥି ଲୋକ୍ ଉପେ ଶୂଇନ୍ ହେଇ ଖୁଲା ଚୁଅଁା, ବଁଧ୍କଟାର ଦୂଷିତ ପାଏନ୍ ପିଇବା ଖାଏବାର ଲାଗି ବେଭାର କରୁଛନ୍। ଗଁାମାନକେ ଥିବାର ନଲ୍ଚୁଅଁାମାନକୁ ବି ଦୂଷିତ ପାଏନ୍ ବାହାରୁଥିବାର ଗଁାବାସୀମାନେ ଅଭିଯୋଗ କରିଛନ୍। ଇ ବାବ୍ଦେ ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଗଁାବାସୀକୁ ବହୁତ ଜଲଦି ପାଏନ୍ ଯୁଗେଇ ଦେବାର ବେବସ୍ତା କରାଯିବା ବଲି କହିଥିଲେ। ସେନ୍ତା ଆରଡବ୍ଲୁଏସ୍ଏସ୍ର କନିଷ୍ଠ ଯନ୍ତ୍ରୀ ସାଇମନ ଟପ୍ପୋକୁଁ ପଚରାଲାରୁ ଦିନେ ଦୁଇଦିନ୍ ଭିତରେ ଗଁାମାନକେ ପାଏନ୍ ଯୁଗେଇ ଦିଆଯିବା ବଲି ସେ କହିଥିଲେ।