ପ୍ରକଳ୍ପ ନିର୍ମାଣକୁ ବର୍ଷେ ପୂରିନି: ଲୋକଙ୍କ ନିକଟରେ ପହଞ୍ଚୁନି ପିଇବା ପାଣି

ଖଇରା, ୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ପାନୀୟ ଜଳ ପ୍ରକଳ୍ପ ନିର୍ମାଣର ବର୍ଷେ ନ ପୂରୁଣୁ ବହୁ ସ୍ଥାନରେ ପାଇପ ନଷ୍ଟ ହେବା ଯୋଗୁ ଲୋକଙ୍କ ନିକଟରେ ପାଣି ପହଞ୍ଚିବା ପରିବର୍ତ୍ତେ ରାସ୍ତାରେ ବୋହି ଲହଡ଼ି ମାରୁଛି ା ଗ୍ରାମବାସୀ ପାଇପ ମରାମତି ଦାବିକରି କୌଣସି ସୁଫଳ ନ ପାଇବାରୁ ଶେଷରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ା
୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇ ୧ଲକ୍ଷ ଲିଟର ଜଳ ସଂରକ୍ଷଣ କ୍ଷମତା ବିଶିଷ୍ଟ ପ୍ରକଳ୍ପ ନିର୍ମାଣ କରାଯାଇ ରଟିଣା ପଞ୍ଚାୟତର ଧନିଆବନ୍ଧ, ସାଇମନ୍ଦିର, ଇଚ୍ଛାପୁର, ରଟିଣା ଶାସନ, ଗଡସାହି ଆଦି ଗ୍ରାମକୁ ପାଇପ ଜଳ ଯୋଗାଣ ଆରମ୍ଭ ହୋଇଥିଲା ା ବର୍ଷେ ନ ପୂରୁଣୁ ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ପାଇପ ଫାଟିଯିବାରୁ ପାଣି ରାସ୍ତାରେ ବୋହି ନଷ୍ଟ ହେଉଛି ା ଏଥିଲାଗି ସ୍କୁଲ ପିଲାମାନେ ରାସ୍ତାରେ ଯିବାଆସିବାରେ ହଇରାଣ ହେଉଛନ୍ତି। ନିମ୍ନମାନର କାମ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମର ଶମ୍ଭୁନାଥ ନାୟକ,ଟୁନା ମିଶ୍ର ପ୍ରମୁଖ ଅଭିଯୋଗ କରିଛନ୍ତି ା ତୁରନ୍ତ ପାଇପ ମରାମତି କରା ନ ଗଲେ ଧାରଣା, ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ନିରାକାର ଶତପଥୀ, ପ୍ରଫୁଲ୍ଲ କୁମାର ମହାନ୍ତି,ନାରାୟଣ ଦାସ ପ୍ରମୁଖ ସୂଚନା ଦେଇଛନ୍ତି ା ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ଲିଖିତ ଭାବେ ଜଣାଇଲେ ପାଇପ ମରାମତି ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ା