Categories: ବାଣିଜ୍ୟ

ପ୍ରକଳ୍ପ ମଞ୍ଜୁରୀ କ୍ଷେତ୍ରରେ ପରିବେଶ ମନ୍ତ୍ରଣାଳୟର ପଦକ୍ଷେପ

ନୂଆଦିଲ୍ଲୀ,୭।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଦେଶ ମଧ୍ୟରେ ପ୍ରକଳ୍ପ ମଞ୍ଜୁରୀକୁ ତ୍ୱରାନ୍ବିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ଭାବେ ୧୦ ମିନିଟ୍‌ରେ ପ୍ରକଳ୍ପ ମଞ୍ଜୁରୀ ସୁବିଧା ପ୍ରଦାନ ନେଇ ବିଚାର କରାଯାଉଛି। ଖଣି, ଭିତ୍ତିଭୂମି ଏବଂ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଜଙ୍ଗଲ ଓ ପରିବେଶ ମଞ୍ଜୁରୀକୁ ତ୍ୱରିତ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ବିଶେଷଜ୍ଞ କମିଟି ସହ ଆଲୋଚନା କରାଯାଇଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ଏସବୁ କ୍ଷେତ୍ରରେ ମଞ୍ଜୁର ଦେବା ଲାଗି ବିଶେଷଜ୍ଞ କମିଟି ସୁପାରିସ କରିଛି। କେତେକ କ୍ଷେତ୍ରରେ ମଞ୍ଜୁରୀର ସମୟସୀମା ୧୦ମିନିଟ ରହିବାକୁ ନେଇ ସୁପାରିସରେ କୁହାଯାଇଛି। ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଗତି ପ୍ରଦାନ କରିବା ଦିଗରେ ସରକାର ଏଭଳି ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି।

Share