Categories: ଖେଳ

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ, ଟପ୍‌ ୧୦ରେ ବୁମ୍‌ରା

ଦୁବାଇ, ୨୭ା୮ (ପି.ଟି.)- ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ବ୍ୟାଟ୍ସମ୍ୟାନ ତାଲିକାରେ ଭାରତ ଅଧିନାୟକ ବିରାଟ କୋହଲି ଷ୍ଟିଭ୍‌ ସ୍ମିଥ୍‌ଙ୍କଠାରୁ ପୂର୍ବଭଳି ୬ ପଏଣ୍ଟ ବ୍ୟବଧାନରେ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ସ୍ପିଡ୍‌ ଷ୍ଟର ଯଶପ୍ରୀତ ବୁମ୍‌ରା ପ୍ରଥମ ଥର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ସବୁଠାରୁ ଅଧିକ ପଦୋନ୍ନତି ପାଇଛନ୍ତି ଇଂଲଣ୍ଡ ଅଲ ରାଉଣ୍ଡର ବେନ୍‌ ଷ୍ଟୋକ୍ସ। ହେଡିଂଲେଠାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ତାଙ୍କ ମ୍ୟାଚ ବିଜୟୀ ବ୍ୟାଟିଂ ପାଇଁ କ୍ୟାରିୟର ଶ୍ରେଷ୍ଠ ୧୩ତମ ସ୍ଥାନ ଅଧିକାର କରିଛନ୍ତି। ଅଲରାଉଣ୍ଡର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ କୋହଲିଙ୍କ ପଏଣ୍ଟ ସଂଖ୍ୟା ୯୧୦ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ଥିବା ସ୍ମିଥଙ୍କ ପଏଣ୍ଟ ସଂଖ୍ୟା ୯୦୪ ରହିଛି। କେନ୍‌ ଓ୍ବିଲିୟମସନ ଏବଂ ଚେତେଶ୍ୱର ପୂଜାରା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଯଥାକ୍ରମେ ୮୧ ଓ ୧୦୨ ରନ କରିଥିବା ଭାରତୀୟ ଟେଷ୍ଟ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ୧୦ ସ୍ଥାନ ଉପରକୁ ଉଠି ତାଲିକାର ୧୧ଶ ସ୍ଥାନରେ ପହଞ୍ଚତ୍ଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫ ଉଇକେଟ ସଫଳତା ପାଇଁ ବୁମ୍‌ରା ୯ ସ୍ଥାନ ପଦୋନ୍ନତି ପାଇ ବୋଲର ର଼୍ୟାଙ୍କିଙ୍ଗ ତାଲିକାରେ ୭ମ ସ୍ଥାନ ଅଧିକାର କରିଛନ୍ତି।

Share