ପ୍ରକାଶ ପାଇଲା ଓଜେଇଇ ପରୀକ୍ଷାଫଳ, ଜାଣନ୍ତୁ କିଏ ହେଲେ ଟପ୍ପର…

ଭୁବନେଶ୍ୱର,୧୯।୬(ବ୍ୟୁରୋ): ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷାଫଳ। ବୁଧବାର ଏହି ପରୀକ୍ଷାଫଳ ଘୋଷଣା କରାଯାଇଛି। ଛାତ୍ରୀଛାତ୍ରମାନେ www.ojee.nic.in ରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ।

ଟପ୍ପର ତାଲିକା:
-ଏମ୍‌ବିଏ: ପ୍ରଦୀପ କୁମାର କମ୍ପ
-ଏମ୍‌ସିଏ: ସ୍ମିତାରାଣୀ ଚୌଧୁରୀ
-ଏମ୍‌ଟେକ୍‌: ପ୍ରଦୀପ କୁମାର ବାରିକ
-ଏମ୍‌ ଫାର୍ମା: ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ
-ବି ଫାର୍ମା: ସମୀର କୁମାର ପାଢ଼ୀ
-ଲାଟେରାଲ ଏଣ୍ଟ୍ରୀ ଫାର୍ମାସି: ଅମିତ କୋଟାଲ
-ଲାଟେରାଲ ଏଣ୍ଟ୍ର ବିଏସ୍‌ସି: ଭବାନୀ ଶଙ୍କର ବେହେରା
-ଇଣ୍ଟିଗ୍ରେଟେଡ୍‌ ଏମବିଏ: ସ୍ବୀକୃତି ମହାପାତ୍ର
-ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ: ସୁମନ୍ତ ପାତ୍ର

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଫ୍‌ଲାଇନ୍‌ରେ ୨୫ହଜାର ୭୩୧ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ଅନ୍‌ଲାଇନ୍‌ରେ ୧୩ହଜାର ୯୧୮ଜଣ ପରୀକ୍ଷା ଦେଇଥିଲେ। ତେବେ ୬ଜଣଙ୍କୁ ଛାଡ଼ି ଦେଲେ ଆଉ ସମସ୍ତ ପରୀକ୍ଷାର୍ଥୀଙ୍କୁ ର଼୍ୟାଙ୍କ ମିଳିଛି। ର଼୍ୟାଙ୍କ ପାଇ ନ ଥିବା ଛାତ୍ରୀଛାତ୍ର ପରୀକ୍ଷାରେ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିବା ଜଣାପଡ଼ିଛି।

Share