Categories: ଜାତୀୟ

ପ୍ରକାଶ ପାଇଲା ନିଟ୍‌ ପରୀକ୍ଷା ଫଳ: ସର୍ବୋଚ୍ଚ ସ୍ଥାନରେ ନଳିନ୍‌

ନୂଆଦିଲ୍ଲୀ,୫।୬: ପ୍ରକାଶ ପାଇଛି ୨୦୧୯ ନିଟ୍‌(NEET) ପରୀକ୍ଷା ଫଳ। ଏଥିରେ ରାଜସ୍ଥାନର ନଳିନ୍‌ ଖଣ୍ଡେଲଓ୍ବାଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମୋଟ ୭୨୦ରୁ ସେ ପାଇଛନ୍ତି ୭୦୧ ନମ୍ବର। ଦିଲ୍ଲୀର ଭାବିକ ବଂସାଲ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ଉତ୍ତର ପ୍ରଦେଶର ଅକ୍ଷତ କୌଶିକ। ଉଭୟ ମୋଟ ୭୨୦ରୁ ୭୦୦ ନମ୍ବର ରଖିଛନ୍ତି। ଝିଅମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି ତେଲେଙ୍ଗାନାର ମାଧୁରୀ ରେଡ୍ଡିି। ସପ୍ତମ ସ୍ଥାନରେ ଥିବା ମାଧୁରିଙ୍କୁ ମିଳିଛି ୬୯୫ ନମ୍ବର। ପ୍ରଥମ ଶହେ ଜଣଙ୍କ ମଧ୍ୟରେ ରହିଛନ୍ତି ୨୦ ଝିଅ।

Share