କଟକ ଅଫିସ,୨୧।୫: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ସକାଳ ୯ ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ତେବେ ଏହି ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରୀଛାତ୍ର ମୂଲ୍ୟାୟନ ଯାଞ୍ଚ କରିବା ପାଇଁ ଆସନ୍ତା ୨୪ ତାରିିଖରୁ ଆବେଦନ କରିପାରିବେ। ୧୦ ଦିନ ପାଇଁ ଅନ୍ଲାଇନ ଯୋଗେ ଏହି ଆବେଦନ କରାଯିବ। ତେବେ ମଧ୍ୟମା ପାଇଁ ଆସନ୍ତା ୨୪ରୁ ଛାତ୍ରୀଛାତ୍ର ଅଫ୍ଲାଇନ ଯୋଗେ ଆବେଦନ କରିପାରିବେ। ଜୁନ୍ ଶେଷ ସପ୍ତାହରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ। ଏ ନେଇ ବୋର୍ଡ ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି।