ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ଗଞ୍ଜାମ ଜିଲାରେ ପାସହାର ୭୨ %

ବ୍ରହ୍ମପୁର ଅଫିସ,୨୧ା୫: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଗଞ୍ଜାମ ଜିଲାରେ ପାସ ହାର ୭୧.୮୫% ରହିଛି। ଜିଲାରେ ମୋଟ ୪୮ ହଜାର ୭୭୭ ଛାତ୍ରୀଛାତ୍ର ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ସେଥିରୁ ୪୭୧ ଜଣ ଅନୁପସ୍ଥିତ ଥିବା ବେଳେ ୪୮ ହଜାର ୩୦୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ଜଣ ମାଲ ପ୍ରାକ୍ଟିସ ଯୋଗୁ ଧରା ପଡ଼ିଥିଲେ। ତେବେ ଜିଲାରେ ଚଳିତ ବର୍ଷ ୩୪ ହଜାର ୭୦୩ ଛାତ୍ରୀଛାତ୍ର ପାସ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୭ ହଜାର ୬୫ ଛାତ୍ର ଥିବା ବେଳେ ୧୭ ହଜାର ୬୩୮ ଜଣ ଛାତ୍ରୀ ଅଛନ୍ତି। ଏ-୧ ଗ୍ରେଡ୍‌ରେ ୧୨୭ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ ଗ୍ରେଡ୍‌ରେ ୧୦୦୪, ବି-୧ ଗ୍ରେଡରେ ୨୨୩୮, ବି-୨ ଗ୍ରେଡ୍‌ରେ ୩୯୨୬, ସି ଗ୍ରେଡରେ ୬୫୧୨, ଡି ଗ୍ରେଡରେ ୧୦୧୬୨, ଇ ଗ୍ରେଡରେ ୧୦୬୯୧ ଏବଂ ଏଫ୍‌ ଗ୍ରେଡରେ ୧୩୫୯୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିଭଳି ୨୫୬୨ ଜଣ ଏକ୍ସ ରେଗୁଲାର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧୨୨ ଜଣ ପାସ କରିଛନ୍ତି। ମୋଟ ପାସ ହାର ୪୩.୮୦ ପ୍ରତିଶତ ରହିଛି। ଏ-୧ ଗ୍ରେଡ୍‌ରେ ଜଣେ, ବି-୨ ଗ୍ରେଡ୍‌ରେ ୪ ଜଣ, ସି- ଗ୍ରେଡରେ ୩୫, ଡି-ରେ ୨୫୮, ଇ-ରେ ୮୧୦ ଏବଂ ଏଫ୍‌ରେ ୧୪୩୬ ଜଣ ପାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏ ସବୁ ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ, ରାତାରାତି…

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଆତଙ୍କବାଦୀ ଆକ୍ରମଣରେ ନିହତଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ଗଞ୍ଜାମ,୨୫ା୪(ବିଦ୍ୟାଧର ସାହୁ): ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସରଳ ନିରୀହ ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଗଞ୍ଜାମ ସହର ବଜରଙ୍ଗ ଦଳ...

ପାକିସ୍ତାନ ଫେରିଯିବେ ସୀମା ହାଇଦର! ପାକିସ୍ତାନୀ ଭିସା ବାତିଲ ପରେ ଏବେ କ’ଣ ହେବ…

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସୀମା ହାଇଦରଙ୍କ ସ୍ବାମୀଙ୍କର ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଗୁଲାମ ହାଇଦର ତାଙ୍କ ପତ୍ନୀ ସୀମା...

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କେସିଙ୍ଗା ମୁସଲମାନ ସମାଜର ବିରୋଧ, ଦୋଷୀଙ୍କୁ କଠୋର ଦଣ୍ଡ ସହ ଫାଶୀ ପାଇଁ ଦାବି

କେସିଙ୍ଗା,୨୫ା୪(ତୁମେଶ୍ୱର ସାହୁ): କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ...

ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ମାଓବାଦୀଙ୍କ ଅପିଲ

ରାୟପୁର,୨୫।୪: ଦିନକୁ ଦିନ ମାଓବାଦୀ ସଙ୍ଗଠନ ଦୁର୍ବଲ ହେଉଥିବା ବେଳେ ସରକାରଙ୍କ ସହ ଶାନ୍ତି କଥାବାର୍ତ୍ତା ପାଇଁ ମାଓବାଦୀ ସଙ୍ଗଠନ ପ୍ରସ୍ତୁତ ବୋଲି ଅନୁରୋଧ କରିଛନ୍ତି।...

କଶ୍ମୀରରେ ରାହୁଲ ଗାନ୍ଧୀ, ପହଞ୍ଚୁ ପହଞ୍ଚୁ ଆଗରେ ଘଟିଗଲା…

ଶ୍ରୀନଗର,୨୫।୪: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ପହଞ୍ଚିଛନ୍ତି। ସେ ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା...

ପାକିସ୍ତାନ ବିରୋଧରେ ବାହାରିଲା ମୁସ୍‌ଲିମ୍‌ ଅଞ୍ଜୁମାନ କମିଟି, ନାରାରେ କମ୍ପୁଛି ଜୟପୁର

ଜୟପୁର,୨୫ା୪: ଜୟପୁର ବ୍ରହ୍ମାସାହି ନିକଟ ମସ୍‌ଜିଦ୍‌ରେ ଶୁକ୍ରବାର ଅବସରେ ନାମଜ ପରେ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ମୁସଲିମ ଅଞ୍ଜୁମାନ କମିଟିର ସଦସ୍ୟମାନେ ଏକ...

ବଡ଼ ଖବର: ଓଡ଼ିଶାରେ ପାକିସ୍ତାନୀ, ଆକ୍ସନ ମୋଡରେ ସରକାର

ଭୁବନେଶ୍ୱର,୨୫।୪: ପହଲଗାମ ଘଟଣାରେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚହଳ ପଡିଛି। ଏଥିରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image